ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ

ମାନବ ସେବା ହିଁ ମାଧବଙ୍କ ସେବା।ଏହାକୁ ପ୍ରମାଣିତ କରିବାକୁ ସଂକଲ୍ପ ନେଇଛି ଶ୍ରଦ୍ଧା,ସେବା ଓ ସହଯୋଗ ଅନୁଷ୍ଠାନ।

ଲୋକଙ୍କ ସେବାକୁ ଜୀବନର ବୃତି ନେଇ ଆଗକୁ ବଢିବାର ଲକ୍ଷ ନେଇ ଆରମ୍ଭ ହୋଇଛି ସେବା,ଶ୍ରଦ୍ଧା ଓ ସହଯୋଗ ।
ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ କଣିହାଁ ଏବଂ ପାଲଲହଡାକୁ ନେଇ ଏସଏସଏସ ) ଶ୍ରଦ୍ଧା , ସେବା ଓ ସହଯୋଗ ଫାଉଣ୍ଡେସନ ନୂତନ ଭାବେ ପଦାର୍ପଣ ହୋଇଛି । ପ୍ରଥମକରି ଏହି ଫାଉଣ୍ଡେସନ କଣିହାଁ ବ୍ଲକ ପରାବିଲ ପଞ୍ଚାୟତ ଗହମ ଆମ୍ବତୋଟା ଠାରେ ବୈଠକ ଆରମ୍ଭ କରିଛି । ପାଲଲହଡା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ କଣିହାଁ ଏବଂ ପାଲଲହଡା ଅଞ୍ଚଳ ସମ୍ପୂର୍ଣ ଭାବେ ଏକ ଗରିବ ଆଦିବାସୀ ଅଧୁଷିତ ଅଂଚଳ ଏବଂ ଏବେ ବି ଗରିବ ଅସହାୟ ଲୋକେ ପଇସା ଅଭାବରୁ ହସ୍ପିଟାଲ ଯାଇପାରୁନାହାନ୍ତି , କାହାର ରକ୍ତ ଅଭାବ ହେଲେ ପଛୁଆ ଲୋକେ ଜାଣିପାରୁନାହାନ୍ତି, ଛାତ୍ରଛାତ୍ରୀ ଆଗକୁ କିଭଳି ବଢିବା ସହ କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ିବା ସହ ଦେଶ ତଥା ରାଜ୍ୟର ପ୍ରଗତିରେ ସାମିଲ ହେବା ଲକ୍ଷ୍ୟ ଫାଉଣ୍ଡେସନ ଲୋକଙ୍କ ସହାୟକ ଗରିବଙ୍କ ବ୍ଲକ ଆରମ୍ଭ ସହଯୋଗ ହେଲେ ରକ୍ତଦାନ କରିବା , ଶିକ୍ଷା କ୍ଷେତ୍ରରେ ପଛୁଆ ଯୋଗୁଁ ଦୁନିଆ ବିଷୟ କିଛି ଜାଣିପାରୁନାହାନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ନିଜର ଦକ୍ଷତା ଥାଇ ମଧ୍ୟ ଆଗକୁ ଯାଇପାରୁନାହାନ୍ତି , ଏମିତି କି ଖେଳକୁଦ ଭଳି କ୍ଷେତ୍ରରେ ଆଗକୁ ସାହାଯ୍ୟର ହାତ ବଢାଇବା ଏହି ଫାଉଣ୍ଡେସନର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଫାଉଣ୍ଡେସନ ର ଅଧ୍ୟକ୍ଷ ଇଂ ଅବନିକାନ୍ତ ସାହୁ।

ଆଗାମୀ ଦିନରେ ଏହି ଫାଉଣ୍ଡେସନ ଜରିଆରେ ଗାଁ ଗହଳିର ଅସହାୟ ଲୋକଙ୍କ ଅସୁବିଧାକୁ ସୁବିଧା କରିବାରେ ସହାୟକ ହେବ । ଏମିତି ବହୁ ଆଶା ରଖି ଗରିବଙ୍କ ସାଥୀ ହୋଇ ୩ ( ଏସ ) ତାର କଣିହାଁ ବ୍ଲକ ଗହମ ଆମ୍ବତୋଟାରୁ ସାଙ୍ଗଠନିକ ବୈଠକ ଆରମ୍ଭ କରିଛି । ଏହି ଶ୍ରଦ୍ଧା , ସେବା ଏବଂ ସହଯୋଗ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ଅବନୀକାନ୍ତ ସାହୁ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। କଣିହାଁ ବ୍ଲକର ୧୯ ଟି ପଂଚାୟତର ପ୍ରାୟ ୫୦୦ ରୁ ଊର୍ଦ୍ଧ୍ବ ଯୁବକ ସ୍ଵଇଚ୍ଛାରେ ଏହି ଶ୍ରଦ୍ଧା , ସେବା , ସହଯୋଗ ଫାଉଣ୍ଡେସନରେ ଯୋଗ ଦେବା ସହ ନାମ ପଞ୍ଜିକରଣ କରିଛନ୍ତି । ତାସହ ଏହି ୩ ( ଏସ ) କୁ ପାଥେୟ ନିଜ ନିଜ ପଂଚାୟତ ଏବଂ ଗାଁ ର ସମସ୍ୟାକୁ ଦୂରୀକରଣ କରାଯାଇପାରିବ ବୋଲି ଶପଥ ଗ୍ରହଣ କରିଛନ୍ତି ଯୁବ ଗୋଷ୍ଠୀ ।
ଲୋକଙ୍କ ସେବା ,ସହଯୋଗ ଯୋଗାଇବାରେ ଏହି ଅନୁଷ୍ଠାନ କେତେ ସଫଳତା ପାଉଛି ଆଉ ଲୋକଙ୍କ କାମ ରେ ଆସି ସମାଜ ପାଇଁ କି ପ୍ରକାର ଉଦାହରଣ ସୃଷ୍ଟି କରୁଛି ତାକୁ ହିଁ ଅପେକ୍ଷା।

Follow by Email
WhatsApp