ବିଜେପି ସହ ମେଣ୍ଟ କରିବ କେଉଁ ଦଳ ?

ଏନ. ଟି. ପି.(ସ୍ମୃତିଲିପି ସାହୁଙ୍କ ରିପୋର୍ଟ)

ବିଜେପି ସହ ମେଣ୍ଟ କରିବ କେଉଁ ଦଳ ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି।ଚର୍ଚା ହେଉଛିପୁରୁଣା ସାଥୀ ଖୋଜୁଛି ବିଜେପି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ସଂକେତ । ରାଜନୈତିକ ଦଳ ଗୁଡ଼ିକ ପାଇଁ ଏନ ଡି ଏ ର ଦ୍ୱାର ଖୋଲା ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ତାମିଲନାଡୁର କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦି କରିଛନ୍ତି-ଏନଡିଏ-ଥ୍ରୀର ନୂଆ ପରିକଳ୍ପନା । ଏପଟେ ୩ଟି ରାଜ୍ୟରେ ପରାଜିତ ହେବା ପରେ ବିଜେପି ଡରିଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଜବାବରେ ବିଜେପି କହିଛି-ମୋଦିଙ୍କ ବୟାନ ତାମିଲନାଡୁ ପରିପ୍ରେକ୍ଷୀରେ ଥିଲା । ଏସବୁ ଭିତରେ ସରଗରମ ହୋଇଛି ରାଜନୀତି ।ପୁରୁଣା ସହଯୋଗୀଙ୍କୁ ଆମେ ପୋତ୍ସାହିତ କରି ଆସିଛୁ ଏବଂ ରାଜନୈତିକ ଦଳ ଗୁଡିକ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୟାନ କେବଳ ଯେ, ଏନଡିଏର ସହଯୋଗୀ ଦଳଗୁଡ଼ିକୁ ବାନ୍ଧି ରଖିବାର ପ୍ରୟାସ ଥିଲା ତାହା ନୁହେଁ ବରଂ ଅନ୍ୟ ରାଜନୈତିକ ଦଳଗୁଡ଼ିକଙ୍କ ପାଇଁ ମଧ୍ୟ ଖୋଲି ଦେଇଛି ଏନଡିଏର ଦ୍ୱାର । ଦେଶର ପରିବର୍ତିତ ରାଜନୈତିକ ସ୍ଥିତି ଭିତରେ ୨୦୧୯ ପୂର୍ବରୁ ମୋଦି, ବାଜପେୟୀଙ୍କ କଥାକୁ ସ୍ମରଣ କରି ସହଯୋଗୀଙ୍କ ହୃଦୟ ଜିତିବାକୁ ପ୍ରୟାସ କରିଛନ୍ତି ।ଗୋଟିଏ ପଟେ ମୋଦି ସରକାରଙ୍କ ନୀତି ଯୋଗୁଁ ଦେଶରେ ଏକ ପ୍ରକାର ଅସନ୍ତୋଷ ବଢ଼ୁଥିବା ବେଳେ ଅନ୍ୟପଟେ ସହଯୋଗୀ ଦଳଗୁଡ଼ିକ ମଧ୍ୟ ଏନଡିଏ ଉପରେ ଖପ୍ପା । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଡିଟିପି ଏନଡିଏର ହାତ ଛାଡିଥିବା ବେଳେ ମହାରାଷ୍ଟ୍ରରେ ଶିବସେନା, ରାମମନ୍ଦିର ପ୍ରସଙ୍ଗକୁ ନେଇ ଏନଡିଏ ସହ ଏକ ପ୍ରକାର ତୁ-ତୁ-ମେଁ-ମେଁ ଚାଲିଛି । ସେହିପରି କାଶ୍ମୀରରେ ପିଡିପି ମେଂଟ ଭାଙ୍ଗିଛି ଏବଂ ପଂଜାବରେ ସିଟକୁ ନେଇ ଅକାଳି ଦଳ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଦଳଗୁଡ଼ିକୁ ମନାଇବାକୁ ଉଦ୍ୟମ କରୁଛନ୍ତି ମୋଦି ।ପୁରୁଣା ସହଯୋଗୀଙ୍କୁ ମୋଦିଙ୍କ ଆମନ୍ତ୍ରଣ ଏବଂ ବିଜେଡି ପ୍ରତି ନରମ ଆଭିମୁଖ୍ୟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ସମଦୂରତ୍ୱ ତତ୍ୱରେ ଅଟଳ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ଆଉ ଏସବୁ ଭିତରେ ମୋଦିଙ୍କ ଏନଡିଏ-ଥ୍ରୀର କଳ୍ପନାକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି ।ଏକଥା କାହାକୁ ଅଛପା ନାହିଁ ଯେ, ୨୦୧୪ରେ ଯେଉଁ ସ୍ଥିତିରେ ବିଜେପି ଥିଲା କିମ୍ବା ମୋଦିଙ୍କ ହାୱା କଥା କୁହାଯାଉଥିଲା, ୨୦୧୯ରେ ସେହି ସ୍ଥିତି ନାହିଁ । ଅନ୍ୟପଟେ ବିଜେପିର ୩ଟି ରାଜ୍ୟ କଂଗ୍ରେସ ଛଡ଼ାଇ ଆଣିବା ପରେ ରାଜନୀତିର ଗଣିତ ଆହୁରି ଜଟିଳ ହୋଇଯାଇଛି ।

Follow by Email
WhatsApp