ପାଟକୁରାରେ ବିଜେଡି ମାରିଲା ବାଜି,ପରାଜୟ ହେଲେ ବିଜୟ Posted on 24/07/201924/07/2019 by NTP Bureau Report କେନ୍ଦ୍ରାପଡା (ଏନ ଟି ପି): ପାଟକୁରା ନିର୍ବାଚନ ଫଳାଫଳ ବାହାରିସାରିଛି।ବିଜେଡି ସପକ୍ଷରେ ଯାଇଛି ଜନମତ।ପାଟକୁରାରେ ବାଜି ମାରିଲା ବିଜେଡି । ବିଜେଡି ବିଜୟର ବାନା ଉଡାଇଛି ।ପରାଜୟ ବରଣ କରିବାକୁ ପଡିଛି ବିଜୟଙ୍କୁ।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ବିଜୟୀ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ୧୬ ରାଉଣ୍ଡ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ଵାଲ ୧୭୨୩୪ ଭୋଟ୍ରେ ଆଗୁଆ ଅଛନ୍ତି । ୧୬ ରାଉଣ୍ଡ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ୮୯ ହଜାର ୩୮୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପାଇଛନ୍ତି ୭୨ ହଜାର ୧୫୫ ଖଣ୍ଡ ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମିଳିଛି ୨୦୧୬ ଖଣ୍ଡ ଭୋଟ୍ । ଆଉ ଦୁଇ ରାଉଣ୍ଡ ଗଣତି ବାକି ରହିଛି । ୧୧ ଓ ୧୫ ନମ୍ବର ରାଉଣ୍ଡରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଗରେ ରହିଥିଲେ । ଏହା ପରେ ବି ବାଜି ମାରିନେଇଛନ୍ତି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ । ସାବିତ୍ରୀ ଅଗ୍ରଓ୍ଵାଲଙ୍କ ବିଜୟୀ ପରେ ବିଜେଡି କର୍ମୀମାନେ ସେଲିବ୍ରେସନ କରିଛନ୍ତି। ୧୮ଟି ଟେବୁଲ୍ରେ ଭୋଟ୍ ଗଣତି ହୋଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି କରାଯାଇଥିଲା । Share on FacebookTweetFollow usSave Post Views: 457
Odisha Political Tadka ଆସନ୍ତାକାଲି ବିଜେପୁର ପ୍ରଚାରରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NTP Bureau Report 10/10/2019 0 ଭୁବନେଶ୍ୱର(ଏନଟିପି): ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସିବେ । ସେ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ […]
Odisha ଅଗଷ୍ଟ ୩୧ ଯାଏଁ ଅନୁଗୋଳରେ କରୋନା କଟକଣା; ବଳବତ୍ତର ରହିବ ରାତ୍ରି କାଳୀନ କର୍ଫ୍ୟୁ NTP Bureau Report 31/07/2020 0 ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲାର କରୋନା କଟକଣାରେ କୌଣସି ପରିବର୍ତ୍ତନ ନାହିଁ । ଜିଲ୍ଲାରେ କୌଣସି ନିୟମ କୋହଳ ହେବ ନାହିଁ ବୋଲି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର […]
Odisha ନିରଞ୍ଜନ ଙ୍କ ଉପରେ କାହିଁକି ବର୍ଷିଲେ ସୁର NTP Bureau Report 21/04/2019 0 ନରସିଂହପୁର(ଏନଟିପି) ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ପୂର୍ବତନ ବିଧାୟକ ପାର୍ଥି ସୁରେନ୍ଦ୍ର କୁମାର ନନ୍ଦ, ରବିବାର କଂଗ୍ରେସ ଦଳ ଛାଡି ବିଜେଡ଼ି ଦଳ ଶଙ୍ଖ ଚିହ୍ନ କୁ ସମର୍ଥନ ଦେବା ପାଇଁ ଘୋଷଣା […]