ଶଙ୍ଖପୁର ଓ ମହିଧରପୁର ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟ ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଭିତ୍ତି ପ୍ରସ୍ତର ସ୍ଥାପନ

ଅନୁଗୋଳ:

ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଳକ ଅନ୍ତର୍ଗତ ଶଙ୍ଖପୁର ଗ୍ରାମ ପଞ୍ଚାୟତ ଠାରେ ଓ ବଅଁରପାଳ ବ୍ଳକ ମହିଧରପୁର ଗ୍ରାମ ପଞ୍ଚାୟତ ଠାରେ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି କାର୍ଯ୍ୟାଳୟଟି ନିର୍ମାଣ ହୋଇଛି। ସମ୍ମାନୀତ ଅତିଥି ଭାବେ ବଅଁରପାଳ ବ୍ଳକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ଅନୁଗୋଳ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରାଜଶ୍ରୀ ସାହୁ, ୪ନଂ ଯୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧୁର୍ବ ଚରଣ ଦେହୁରୀ, ଶଙ୍ଖପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜ୍ୟୋତ୍ରୀମଇ ଦେହୁରୀ , କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟଧନ ସାହୁ, ଅନୁଗୋଳ ବ୍ଳକ ବିଜେଡି ସଭାପତି ଶ୍ରୀ ସରୋଜ ନାରାୟଣ ସାହୁ, RCMS ସଭାପତି ଶ୍ରୀ ନାରାୟଣ ତ୍ରିପାଠୀ, ଯୁବନେତା ଅରୁଣାଭ ସିଂହ, ଶ୍ରୀ ସନ୍ତୋଷ କୁମାର ସାହୁ, ପୂର୍ବତନ ସରପଞ୍ଚ ଶ୍ରୀ ବିନୋଦ କୁମାର ବେହେରା , ବିଜ୍ଞାନୀ ବେହେରା , ଅମରେଶ ସାହୁ, ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ ।

Follow by Email
WhatsApp