ସପ୍ତମ ଜିଲ୍ଲାମହୋତ୍ସବକୁ ନେଇ ପ୍ରସ୍ତୁତି ବୈଠକ

ଏନ ଟି ପି :(ଅନୁଗୋଳ)ଅନୁଗୋଳ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସପ୍ତମ ଅନୁଗୋଳ ଜିଲ୍ଲା ମହୋତ୍ସବ ଆଗାମୀ ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହୋଇ୧୬ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଷ୍ଟାଡିୟମ ପରିସରରେ ଆୟୋଜିତ ହେବ।ଯାହାକୁ ନେଇ ଆଜି ଅନୁଗୋଳ ଜିଲ୍ଲାପାଳ ଅନିଲ ସାମଲ ଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ସର୍କିଟ ହାଉସ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।ଚଳିତଥର ପରିବେଶ ପ୍ରଦୂଷଣ ରୁ କିଭଳି ରକ୍ଷା କରାଯାଇପାରିବ ସେ ଦିଗରେ ଏକ ଥିମ ରଖାଯାଇଛି।ଅନୁଗୋଳ ସପ୍ତମ ଜିଲ୍ଲା ମହୋତ୍ସବର ଆଜିର ପ୍ରସ୍ତୁତି ବୈଠକରେ DRDA PD ଅତୁଲ୍ୟ ଚମ୍ପତିରାୟ,ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ, ଉପଜିଲ୍ଲାପାଳ ଅନୁଗୋଳ,ଆଠମଲ୍ଲିକ ଓ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ। କିଭଳି ଭାବେ ଅନୁଗୋଳ ଜିଲ୍ଲା ମହୋତ୍ସବକୁ ନିରାଡ଼ମ୍ବର ସହ ପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ଜିଲ୍ଲାପାଳ।ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ବିଲୁପ୍ତ ହେଉଥିବା ଲୋକକଳା,ସଂସ୍କୃତି ଓ ଐତିହ୍ୟର ପୁନଃ ରୁଧାର କରି ଲୋକ ଲୋଚନକୁ ଆଣିବା ଓ ସେଗୁଡିକର ବିକାଶ କରିବା ସଙ୍ଗେ ସଂଗେ ତାହାର ପ୍ରଚାର ପ୍ରସାର କରିବା ଏହି ମହୋତ୍ସବ ର ପ୍ରଥମ ଦାୟିତ୍ୱ।

Follow by Email
WhatsApp