ଜୁନିୟର ଅନୁଭବଙ୍କ ସ୍ୱାସ୍ଥ୍ୟ ବୁଝିଲେ ସିନିୟର ଅନୁଭବ

ଏନ ଟି ପି (କଟକ) କେନ୍ଦ୍ରାପଡ଼ାର ଏକ ଯାତ୍ରା ଦେଖି ଫେରୁଥିବା ବେଳେ ରାସ୍ତାରେ ହୋଇଥିଲା ଦୁର୍ଘଟଣା ଦୁର୍ଘଟଣାରେ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନୁଗୋଳ ଜିଲ୍ଲା ର ପରିଚିତ ତଥା ସମସ୍ତଙ୍କର ଆଦରର କଳାକାର ଅନୁଭବ ମହାପାତ୍ର ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି | ସାମାଜିକ ଗଣମାଧ୍ୟମରୁ ନିଜ ପ୍ରିୟ ସମର୍ଥକଙ୍କ ଏପରି ଅବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ ଓଡିଆ ଚଳଚ୍ଚିତ୍ର ଜଗତର ଅଭିନେତା ଅନୁଭବ ମହାନ୍ତି ଏବଂ ସଙ୍ଗେ ସଙ୍ଗେ ନିଜ ସମର୍ଥକ ଅନୁଭବଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୂତି ଦେଇଥିବା ସହ ଗତ କାଲି ନିଜେ କଟକ ବଡ ମେଡିକାଲ ଆସି ଜୁନିୟର ଅନୁଭବଙ୍କୁ ଭଲମନ୍ଦ କଥା ବୁଝିଥିଲେ |ଅନୁଭବ ଙ୍କ ଚିକିତ୍ସା କିଭଳି ଭଲ ଭାବେ ହୋଇପାରିବ ସେ ନେଇ ସାଂସଦ ଅନୁଭବ ମହାନ୍ତି ଡାକ୍ତର ଙ୍କ ସହ ଆଲୋଚନା କରିବା ସହ ତାଙ୍କ ଚିକିତ୍ସା ଖର୍ଚ ରାଜ୍ୟସରକାର ଓ ସେ ବହନ କରିବେ ବୋଲି କହିଥିଲେ।

Follow by Email
WhatsApp