ଆମେରିକାରେ ଚିକିତ୍ସା ହେଉଛନ୍ତି ଡିସ୍କୋ ଡ୍ୟାନ୍ସର ମିଥୁନ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଡିସ୍କୋ ଡ୍ୟାନସର ମିଥୁନ ଚକ୍ରବର୍ତ୍ତୀ ଗତ

କିଛିଦିନ ହେବ ଅସୁସ୍ଥ ରହିଛନ୍ତି । ଶେଷ ଥର ପାଇଁ ତାଙ୍କୁ ଡ୍ୟାନସିଙ୍ଗ ରିୟାଲିଟି ସୋ’ର ଜଜ୍ ହିସାବରେ ଦେଖିବାକୁ ପାଇଥିଲେ ଦର୍ଶକେ । କିନ୍ତ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ ଆମେରିକା ଚାଲିଯିବା ସହ ସେଠାରେ ନିଜର ଚିକିତ୍ସା କରାଉଥିଲେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିବାରୁ ତାଙ୍କୁ ଆମେରିକାର ଲସ୍ ଆଞ୍ଜେଲସରେ ଥିବା ଏକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଦେଖାଶୁଣା ପାଇଁ ପୁଅ ମହାକ୍ଷୟ ଏବଂ ବୋହୂ ମଦାଲସା ଶର୍ମା ହସ୍ପିଟାଲରେ ରହିଛନ୍ତି ।

Follow by Email
WhatsApp