ମଣିକର୍ଣ୍ଣିକା ରିଲିଜ ପରେ ମଧ୍ୟ ଉରି କରୁଛି ଧମାଲ

ମୁମ୍ବାଇ :(ଏନଟିପି ବ୍ୟୁରୋ): ଜାନୁଆରୀ ପ୍ରଥମ ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଥିଲା ଦମଦାର ବଲିଉଡ଼ ମୁଭି ଉରି -ଦ ସର୍ଜିକାଲ ଷ୍ଟ୍ରାଇକ । ଏହି ସିନେମାଟି ବକ୍ସ ଅଫିସରେ ପ୍ରଥମ ଦିନରେ ଭଲ ଓପନିଙ୍ଗ କରି  ପ୍ରଥମ ଦିନରେ ୮. ୨୦ କୋଟି ଟଙ୍କା ଆୟ କରିଥିଲା । ଏହି ଫିଲ୍ମଟି ରିଲିଜ ହେବାର ୧୫ ଦିନ ହୋଇଛି । ଏଥର ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଛି “ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” ଓ ବାଲା ସାହେବ ଠାକରେଙ୍କ ବାୟାପିକ ଫିଲ୍ମ ‘ଠାକ୍ରେ’। ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ ଓପନିଙ୍ଗରେ ଆୟ କରିବା ମାମଲାରେ ବିବେକୀ କୋଶଳଙ୍କ ଏହି ସିନେମା ବର୍ଷ ଆରମ୍ଭରୁ ହିଁ ବ୍ଳକବଷ୍ଟର ସିନେମା ଭାବେ ପରିଚୟ ପାଇଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକ , କାଶ୍ମୀରର ଉରି ଆର୍ମୀ ବେସ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ଥାନ ଅଧିକୃତ ଅଂଚଳରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଷ୍ଟ୍ରାଇକକୁ ନେଇ ଏହି ଫିଲ୍ମ ନିର୍ମିତ।

 ଏହି ସିନେମା ୮୦୦ଟି ସ୍କ୍ରିନରେ ରିଲିଜ୍ ହୋଇଛି।। “ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” ଓ ବାଲା ସାହେବ ଠାକରେ ଙ୍କ ବାୟୋପିକ ଫିଲ୍ମ ଠାକ୍ରେ ରିଲିଜ ହେବା ପରେ ମଧ୍ୟ ଉରି ର ଆୟ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ । କମ ବଜେଟରେ ହୋଇଥିବା  ଉରି ବକ୍ସ ଅଫିସରେ ୧୦୦ କୋଟି ପାର କରିସାରିଛି । ଏହି ଫିଲ୍ମ ୧୫ଦିନରେ ମୋଟ ୧୩୮.୧୯ କୋଟି ଆୟ କରିଛି । ଉରି ବକ୍ସଅଫିସରେ ଭଲ ପ୍ରଦର୍ଶନ କରୁଥିବାରୁ ଏହା ୧୭୫ କୋଟି ଆୟ କରିବ ବୋଲି ଆଶା କରାଯାଇଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଉରି -ଦ ସର୍ଜିକାଲ ଷ୍ଟ୍ରାଇକରେ ବିବେକୀ କୋଶଳଙ୍କ ସହିତ ୟାମୀ ଗୌତମ ଓ ପରେଶ ରାୱଲ ମଧ୍ୟ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହି ଶୁକ୍ରବାର ରିଲିଜ ହୋଇଥିବା ସିନେମା “ ମଣିକର୍ଣ୍ଣିକା : ଦ କୁଇନ ଅଫ ଝାନ୍ସି” ଦୁଇ ଦିନରେ ୧୭ କୋଟି ଟଙ୍କା ଆୟ କରିଥିବା ବେଳେ ବାଲା ସାହେବ ଠାକରେଙ୍କ ବାୟୋଫିକ ଫିଲ୍ମ ‘ଠାକ୍ରେ’ ୧୪ କୋଟି ଆୟ ପାର କରିଛି ।

Follow by Email
WhatsApp