ଏନଟିପି(ଅନୁଗୁଳ)ଅନୁଗୋଳ ଜିଲାରେ ଥିବା ନାଲକୋ ଭଳି ରାଷ୍ଟ୍ରାୟତ୍ତ କମ୍ପାନୀ ତାର ୩୯ ତମ ପ୍ରତିଷ୍ଠା ଦିବସ ମିନାବଜାର ପଡ଼ିଆରେ ପାଳନ କରିଛି। ମୁଖ୍ୟ ଅତିଥି ଭାବେ ଇଷ୍ଟକୋଷ୍ଟ ରେଲୱେ ଭୁବନେଶ୍ୱରର ମୁଖ୍ୟ ଦେବରାଜ ପଣ୍ଡା, ମୁଖ୍ୟବକ୍ତା ଭାବେ ନାଲ୍କୋ ମାନବ ସମ୍ବଳ ବିଭାଗର ପୂର୍ବତନ ମହାପ୍ରବନ୍ଧକ ପି.କେ. ରାଉତରାୟ ଯୋଗ ଦେଇଥିଲେ। ନାଲ୍କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜକିଶୋର ମିଶ୍ର, ମାନବ ସମ୍ବଳ ମହାପ୍ରବନ୍ଧକ ସତ୍ୟାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ମାନବ ସମ୍ବଳ ବିଭାଗର ବରିଷ୍ଠ ମ୍ୟାନେଜର ରାଜାରାମ ମିଶ୍ର ଓ ନାଲ୍କୋ ସିଏମ୍ଡି ତପନ କୁମାର ଚାନ୍ଦ ନାଲ୍କୋର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବାର୍ତ୍ତା ପଠନ କରି କହିଥିଲେ ଯେ, ୧୯୮୧ରେ ନାଲ୍କୋ ପ୍ରତିଷ୍ଠା ଦ୍ୱାରା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନ ସଫଳ ହୋଇପାରିଛି। ତାଙ୍କରି ଉଦ୍ୟମରେ ଅନୁଗୋଳରେ ନାଲ୍କୋ ଭଳି ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଗଢ଼ି ଉଠିଥିଲା। ନବରତ୍ନରୁ ଏହାକୁ ମହାରତ୍ନ କରାଯିବା ପାଇଁ ସମସ୍ତ କର୍ମଚାରୀ ଓ ପାରିପାର୍ଶ୍ୱିକ ଗ୍ରାମ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ନାଲ୍କୋ ତରଫରୁ ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ପ୍ରଦାନ, ଡିଜିଟାଲ ଗ୍ରାମ୍ୟ ବିକାଶ, ଶୌଚ ମଳମୁକ୍ତ, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ପରେ ୩୪ ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ୧୨ରୁ ଊର୍ଦ୍ଧ୍ୱ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡିଜିଏମ୍ ସୁଧାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପାରିପାର୍ଶିକ ଗ୍ରାମର ବହୁ ପ୍ରମୁଖ ବ୍ୟକ୍ତି ଯୋଗଦେବା ସହିତ ନାଲ୍କୋର ସମସ୍ତ ଶ୍ରମିକ ସଙ୍ଗଠନ, ଅଫିସର ସଂଘ ଓ କର୍ମଚାରୀ ସହଯୋଗ କରିଥିଲେ।ନାଲକୋ କାରଖାନା ଲୋକଙ୍କ ସହ ସବୁବେଳେ ଅଛି।ନାଲକୋ ଥିଲା ବିଜୁ ବାବୁଙ୍କ ସ୍ୱପ୍ନ।ବିଜୁବାବୁ ନାହାନ୍ତି ସତ କିନ୍ତୁ ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିଛି ନାଲକୋ।
ବିଜୁ ବାବୁଙ୍କ ସ୍ୱପ୍ନ ସଫଳ କରିଛି ନାଲକୋ
