MCL ର ବିସ୍ଥାପିତଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ବୈଠକ….

ଏନଟିପି(ଅନୁଗୁଳ):ଅନୁଗୁଳ ଜିଲ୍ଲା ତାଳଚେର ର MCL(ମହାନଦୀ କୋଲ ଫିଲଡ୍ସ ଲିମିଟେଡ଼) ଦ୍ୱାରା ପ୍ରଭାବିତ ହୋଇ ଥିବା ଲୋକ ମାନଙ୍କ ବିସ୍ଥାପନ ଓ ଥଇଥାନ ସମସ୍ୟା ନେଇ ତାଳଚେର ସୁରକ୍ଷା ମଞ୍ଚ ଦ୍ଵାରା ଗତକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ଡାକରା ଦିଆଯାଇଥିବା ବେଳେ ଖଣି କାର୍ଯ୍ୟ ପ୍ରଭାବିତ ହେଉଥିବା ନେଇ ଆଜି ଅନୁଗୁଳ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା।ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ, ତାଳଚେର ସୁରକ୍ଷା ମଞ୍ଚର ସଭାପତି ଓ ଏମସିଏଲ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା।ଉକ୍ତ ବୈଠକରେ ସୁରକ୍ଷା ମଞ୍ଚର ୧୬ ଦଫା ଦାବି ଉପରେ ଆଲୋଚନା ହୋଇଥିଲା।ଏକ ମାସ ମଧ୍ୟରେ ଦାବି ସବୁ ର ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା।ବୃହତ୍ତର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଖଣି କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।ଖଣି ବନ୍ଦ ହେଲେ କୋଇଲା ପରିବହନ ଓ ଉତ୍ତୋଳନ ବାଧାପ୍ରାପ୍ତ।ଯାହାଫଳରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜସ୍ୱ ହାନି ହୋଇଥାଏ। ଏହି ତ୍ରିପାକ୍ଷିକ ବୈଠକ ରେ mcl ର ଅଧିକାରୀଙ୍କ ସହ ତାଳଚେର ଉପଜିଲ୍ଲାପାଳ ,ତାଳଚେର ଏସ ଡି ପି ଓ ମଧ୍ୟ ଉପସ୍ଥିତ ଥିଲେ।

Follow by Email
WhatsApp