ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ତୀବ୍ର କରିବ ବିଜେପି Posted on 03/11/201903/11/2019 by NTP Bureau Report ଭୁବନେଶ୍ୱର(ଏନଟିପି): ଫନି ବାତ୍ୟାରେ ପ୍ରଭାବିତ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତମାନ ସୁଦ୍ଧା କ୍ଷତିପୂରଣ ପାଇ ନାହାଁନ୍ତି । ଫନି ବାତ୍ୟା ଜନିତ ରାଜ୍ୟର ୧୪ଟି ଜିଲ୍ଲାରେ ତାଲିକାନୁଯାୟୀ ପୂର୍ଣ୍ଣ, ଗୁରୁତର ଓ ଆଂଶିକ ୩ ପ୍ରକାର ଭାବେ ପ୍ରସ୍ତୁତ ହୋଇଥିବା ଘର ଭଙ୍ଗା ସଂଖ୍ୟା ୩ ଲକ୍ଷ ୮୯ ହଜାର ଦର୍ଶାଯାଇ ବ୍ୟାପକ ଜାଲିଆତି କରାଯାଇଅଛି । ପ୍ରକୃତ ଘର ଭାଙ୍ଗିଥିବା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣରୁ ବଂଚିତ କରାଯାଇ ଶାସକ ଦଳ ଦଳୀୟ ଭିତିରେ ଘର ଭାଙ୍ଗି ନଥିବା ଲୋକଙ୍କୁ ତାଲିକା ଭୁକ୍ତ କରାଯାଇଛି । ଗତ ଫନି ବାତ୍ୟାରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ କେନ୍ଦ୍ର ସରକାର ସହଯୋଗ କରିଥିଲେ । ପୂର୍ବରୁ ଏବଂ ପରେ ୩ଟି ପର୍ଯ୍ୟାୟରେ ସମୁଦାୟ ୩ହଜାର ୩୩୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗାଇ ଦେଇଛନ୍ତି । ମାତ୍ର ରାଜ୍ୟସରକାର ତାଲିକାକୁ ବଢେଇ ଦଳୀୟ ଭିତିରେ ସହାୟତା ଟଙ୍କାକୁ ବାଂଟି ଦେଇ ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତାରୁ ବଂଚିତ କରିଛନ୍ତି । ସେହିପରି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ନିର୍ମାଣ ହେବାକୁ ଥିବା ୧୨ ଲକ୍ଷ ୭୫ ହଜାର ପକ୍କାଘରରେ ଅଛନ୍ତି ୮୫% ଅଯୋଗ୍ୟ ହିତାଧିକାରି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଏବଂ ଫନୀ ସହାୟତା ଘର ଯୋଗାଇ ଦେବାରେ ରାଜ୍ୟସରକାର କରିଥିବା ବ୍ୟାପକ ଜାଲିଆତି ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଉପସଭାପତି ନୟନ ମହାନ୍ତି ଓ ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସମେତ ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୁଳର ଜିଲ୍ଲାର ଜିଲ୍ଲା ସଭାପତି ଏବଂ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । Share on FacebookTweetFollow usSave Post Views: 399
Odisha ନୂଆକ୍ଷେତା ଠାରୁ ବଡ଼କନ୍ତକୁଳ ରାସ୍ତାର ଅନ୍ଧାରୀ ନାଳ ଉପରେ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି NTP Bureau Report 04/01/2022 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ପଞ୍ଚାୟତ ସ୍ଥିତ ନୂଆକ୍ଷେତା ଠାରୁ ବଡ଼କନ୍ତକୁଳ ରାସ୍ତାର ଅନ୍ଧାରୀ ନାଳ ଉପରେ ବିଜୁ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ […]
Odisha ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଲା NTP Bureau Report 13/05/2019 0 ଭୁବନେଶ୍ୱର (ଏନଟିପି): ୧୯୯୯ ମହାବାତ୍ୟା ଠୁ ପ୍ରଳୟଙ୍କରୀ ମହାବାତ୍ୟା । ଳୟଙ୍କରୀ ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ପୁରୀରେ ସର୍ବାଧିକ ୩୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଖୋର୍ଦ୍ଧାରେ ୯ଜଣ, କଟକରେ […]
Odisha ଡିଲେଶ୍ୱର ହେଲେ ଅନୁଗୋଳ ବିଜେପି ଜିଲ୍ଲା ସଭାପତି NTP Bureau Report 20/12/2019 0 ଅନୁଗୋଳ(ଏନଟିପି): ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ରାଜ୍ୟ ଓ ଜିଲ୍ଲା ସଭାପତି ପଦ ଘୋଷଣା କରାଯାଇଛି । ଅନୁଗୋଳ ଜିଲ୍ଲା ସଭାପତି ଭାବେ ଡିଲେଶ୍ଵର ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଡିଲେଶ୍ଵର […]