ସମାଜମଙ୍ଗଳ ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ

ଏନଟିପି(ଅନୁଗୁଳ)ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଆଇ ସି ଡି ଏସ,ମମତା ଓ ମିଶନଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଅପପୃଷ୍ଟି ପିଲା ମାନଙ୍କର ସ୍ଥିତି ଓ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି,ପିଠା କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ଅଂଶଗ୍ରହଣ ଏବଂ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବଣ୍ଟନ ହେଉଥିବା ସିଡ଼ ମନୀ , ମମତା ଯୋଜନାର ସଠିକ କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ସି ଡି ପି ଓ ମାନେ ଅପପୃଷ୍ଟି ପିଲାମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଏହାର ହ୍ରାସ ନିମନ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ବୈଠକରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ମିଶନଶକ୍ତି ଗୃହ ପ୍ରତିଷ୍ଠା କରିବା ପାଇଁ ଆଲୋଚନା ହେଇଥିଲା। ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଭିନ୍ନ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲାରେ ଅପପୃଷ୍ଠିର ଶିକାର ହେଉଥିବା ପିଲାମାନେ ଯେମିତି କୌଣସି ସରକାରୀ ସୁବିଧାରୁ ବଂଚିତ ନହୁଅନ୍ତୁ ସେ ନେଇ ଜିଲ୍ଲାପାଳ ଶ୍ରୀ ସାମଲ ସି ଡି ପି ଓ ମାନଙ୍କୁ କହିଥିଲେ।

Follow by Email
WhatsApp