ନ୍ୟାୟ ପାଇଁ ଏସ.ପି.ଙ୍କୁ ଭେଟିଲେ ମୃତକଙ୍କ ପରିବାର..

ଏନଟିପି:(ଅନୁଗୁଳ)ନ୍ୟାୟ ପାଇଁ ଏସ ପି ଙ୍କ ଦ୍ବାରସ୍ତ ହେଲେ ମୃତକଙ୍କ ପରିବାର।ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନାର କଳମଛୁଇଁ ଗ୍ରାମର ରସାନନ୍ଦ ନାୟକ ଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅର ପରିବାର ଲୋକେ ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ରସାନନ୍ଦଙ୍କ ବାପା।ଗତ ୫ ତାରିଖରେ ରସାନନ୍ଦ ଙ୍କୁ ମାରି ନନ୍ଦିରା ରେଳ ଲାଇନରେ ପକାଇଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ରସାନନ୍ଦ ଙ୍କ ବାପା।ରେଳଧାରଣାକଡ଼ରୁ ରସାନନ୍ଦ ଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଧାର କରିଥିଲା ପୋଲିସ।ରସାନନ୍ଦ ଙ୍କ ସ୍ତ୍ରୀ ମମତା ନାୟକ ଘଣ୍ଟାପଡାର ଜଣେ ପିଲା ସହ ମିଳାମିଶା କରୁଥିଲା। ଏହାକୁ ବିରୋଧ କରିଥିଲେ ରସାନନ୍ଦ ଯାହାର ପରିଣାମ ରସାନନ୍ଦ ଙ୍କୁ ମାରି ଦିଆଯାଇଛି ବୋଲି ଅଭିଜୋଗ ଆଣିଛନ୍ତି ରସାନନ୍ଦ ଙ୍କ ପରିବାର ।ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି।ଏସ ପି ଙ୍କୁ ଭେଟି ଦାବି ଜଣାଇଛନ୍ତି ମୃତକଙ୍କ ପରିବାର।କେବେ ଅଭିଯୁକ୍ତକୁ ଗିରଫ କରିବ ପୋଲିସ ।କଣ ହେବ ନ୍ୟାୟିକ ତଦନ୍ତ।ଶବ ବ୍ୟବଚ୍ଛେଦ ରିପୋର୍ଟ କଣ କହୁଛି।ତମାମ ପ୍ରସଙ୍ଗ ଏକ ବଡ଼ ପ୍ରଶ୍ନ ବାଚି ସୃଷ୍ଟି କରୁଛି ସତରେ ରସାନନ୍ଦ ଙ୍କ ପରିବାରକୁ ମିଳିବ ନ୍ୟାୟ ।

Follow by Email
WhatsApp