ଅନୁଗୋଳରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଅନୁଗୋଳ(ଏନ ଟି ପି):
ଆଜି ଆନ୍ତର୍ଜାତିକ ଯୋଗ ଦିବସ ।ଅନୁଗୋଳ ର ଇନଡୋର ଷ୍ଟାଡିୟମ ପରିସରରେ ଆଜି ବିଶ୍ଵବ୍ୟାପୀ ଯୋଗ ଦିବସ ପାଳିତ ହୋଇଛି। ବିଶ୍ୱବ୍ୟାପୀ ଜୁନ୍ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ୨୦୧୪ ଡିସେମ୍ବର ୧୧ରେ ସଂକଳ୍ପ ପାରିତ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା ।ନିୟମିତ ଯୋଗ ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ହେବା ସହ ଦୈନିକ ଦିନଚର୍ଯ୍ୟାକୁ ଶୃଙ୍ଖଳିତ କରିଥାଏ । ଯୋଗ ମନ ଏବଂ ଶରୀରରେ ଏକାଗ୍ରତା ଭରିଥାଏ । ବିଶ୍ୱରେ କରୋନା ମହାମାରୀକୁ ମୁକାବିଲା କରିବାକୁ ମଧ୍ୟ ଯୋଗ ବେଶ ଉପଯୋଗୀ ହୋଇପାରିଥିଲା ।ଅନୁଗୋଳ ଇନଡୋର ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ,ମୁଖ୍ୟ ବକ୍ତା ଭାବେ ଡି ଆଇ ଜି ଉତ୍ତରାଞ୍ଚଳ ବ୍ରିଜେଶ ରାୟ ,ଅନୁଗୋପ ଏସ ପି ସୁଧାଂଶୁ ଶେଖର ମିଶ୍ର,ଅନୁଗୋଳ କ୍ରିକେଟ ସଙ୍ଘର ସଭାପତି ପ୍ରତାପ ପ୍ରଧାନ,ବିଶ୍ବହିନ୍ଦୁ ପରିଷଦର ମହେଶ ସାହୁ,ଯୋଗ ଗୁରୁ ଅଭୟ ରାୟ,ସମାଜସେବୀ ପର୍ଶୁରାମ ଦାସ ପ୍ରମୁଖ ଯୋଗ ଦେଇଥିଲେ ।।

Follow by Email
WhatsApp