ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଅଭିଯୋଗ

ଅନୁଗୋଳ(ଏନଟିପି):

ଦେଶରେ ହୁ ହୁ ହୋଇ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର।ଏହାକୁ ନେଇ ଏବେ ଚିନ୍ତାରେ ଗ୍ରାହକ। ଏପରି ସମୟରେ ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ସୂଚନା ଅନୁସାରେ ଅନୁଗୁଳ କଳିଙ୍ଗ ମାର୍କେଟରେ ଥିବା ମିରାନିଆ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପକୁ ସୁରେଶ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜ କାରରେ ଡିଜେଲ ପକାଇଥିଲେ । ପରେ ଡିଜେଲ ପକାଉଥିବା ସମୟରେ ଗନ୍ଧ ହେବା ସହ ଗାଡି ଷ୍ଟାର୍ଟ ହୋଇନଥିଲା ସନ୍ଦେହ ହେବାରୁ ଗାଡି ମାଲିକ ଏକ ବୋତଲ ରେ ଡିଜେଲ ମାଗିଥିଲେ ।ପରେ ତାହା କିରାସିନି ବୋଲି ଜଣ ପଡିଥିବା ଅଭିଯୋଗ କରିଥିଲେ ।ତେବେ ସେଠାରୁ ଡିଜେଲ ଆଣିବା ବେଳେ ଡିଜେଲ ର ରଙ୍ଗରେ ମଧ୍ୟ ଫରକ ଆସିଥିଲା। । ପେଟ୍ରୋଲ ପମ୍ପରେ ଥିବା ଆଉ ଏକ ମେସିନରୁ ଡିଜେଲ କାଢିବାରୁ ତାର ରଙ୍ଗ ପୂର୍ବ ରଙ୍ଗ ଅପେକ୍ଷା ଭିନ୍ନ ଥିଲା । ଦୁଇ ପ୍ରକାରର ରଙ୍ଗର ଡିଜେଲ ଦେଖି ଡ଼ିଜେଲରେ ଅପମିଶ୍ରଣ ହେଉଥିବା ସେ ଅଭିଯୋଗ କରି ଥିଲେ । ସେତେବେଳେ ସେହି ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଇଥିବା ଗ୍ରାହକ ମାନେ ମଧ୍ୟ ଏହା ଦେଖି ସନ୍ଦେହ ପ୍ରକାଶ କରିଥିଲେ । ଡିଜେଲ ଅପମିଶ୍ରଣ ହେଉଥିବା ଅଭିଯୋଗକୁ ନେଇ ସାମାନ୍ୟ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖା ଦେଇଥିଲା ।ପରେ ଥାନା ରେ ଅଭିଯୋଗ ପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ କରିଥିଲା । ପରେ IOCLର କର୍ମଚାରୀ ଓ ପୋଲିସ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ଡିଜେଲ୍ ରେ ଅପମିଶ୍ରଣ ହୋଇଛି ନା ନାହିଁ ସେ ନେଇ ବିଭାଗ ପକ୍ଷରୁ ସୂଚନା ମିଳି ନାହିଁ । ସେପଟେ ଡିଜେଲ ରେ ଅପମିଶ୍ରଣକୁ ପେଟ୍ରୋଲପମ୍ପ କର୍ମଚାରୀ ଖଣ୍ଡନ କରିଛନ୍ତି

Follow by Email
WhatsApp