ଧାନର MSP ବୃଦ୍ଧି ଦାବିରେ ତାଲକୋଟ୍‌ରା ଷ୍ଟାଡିୟମରେ BJD ର ବିକ୍ଷୋଭ

ଏନଟିପି(ଦିଲ୍ଲୀ):ଧାନର ସର୍ବନିମ୍ନ ମୂଲ୍ୟ ସହାୟକ ବୃଦ୍ଧି ଦାବିରେ ଦିଲ୍ଲୀ ଦରବାରରେ ବିଜେଡି କରୁଛି ଆନ୍ଦୋଳନ। ତାଲକୋଟରା ଷ୍ଟାଡିୟମରେରେ ବିଜୁ କୃଷକ ଜନତା ଦଳର ବିକ୍ଷୋଭ । ଏକାଠି ହେଲେ ସାଂସଦ,ବିଧାୟକଙ୍କ ସହ ଛାତ୍ର ଓ ମହିଳା ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିକ୍ଷୋଭରେ ସାମିଲ ହୋଇଛନ୍ତି। ପ୍ରତିବାଦ ସଭା ପରେ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ଦିଆଯିବ ।

ଆନ୍ଦୋଳନ ପାଇଁ ଓଡିଶାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବିଜେଡି ର ସମସ୍ତ ବିଧାୟକ, ସାଂସଦ ,ମହିଳା,ଛାତ୍ର ନେତା ଯାଇଥିଲେ।ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା ଦାବି କରିଛି ଦଳ। ବିଜେଡି ଅଭିଯୋଗ କରିଛି, ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା କ୍ଷମତାକୁ ଆସିଲେ ସ୍ୱାମୀନାଥନ କମିଟି ସୁପାରିସ ଲାଗୁ କରାଯିବ । କିନ୍ତୁ ଧାନ ଏମଏସପିକୁ ମାତ୍ର ଦୁଇଶହ ଟଙ୍କା ବୃଦ୍ଧି କରିଛି କେନ୍ଦ୍ର । ଯାହାର ପ୍ରତିବାଦରେ ବିଜେଡିର ଏହି ଆନ୍ଦୋଳନ। କୃଷକ ମାନଙ୍କର ହକ୍ ପାଇଁ ବିଜେଡି ସବୁ ବେଳେ ଚିନ୍ତିତ।କେନ୍ଦ୍ରସରକାର କୃଷକ ମାନଙ୍କର ସମସ୍ୟା ସମାଧାନ କରାନଗଲେ ଆଜିମି ଦିନରେ ମଧ୍ୟ ଆନ୍ଦୋଳନ ହେବ।କୃଷକ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟସରକାର କାଳିଆ ଯୋଜନା କରିଛନ୍ତି।କାଳିଆ ଯୋଜନାରେ ୧ କୋଟିରୁ ଉର୍ଧ୍ବ ସାମିଲ ହେଲେଣି।କୃଷକ ମାନଙ୍କ ହକ୍ ଆମର ହକ୍ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Follow by Email
WhatsApp