ଡିକି ଭାଙ୍ଗି ଲୁଟୁଥିଲେ ଲୁଟେରା,ପୋଲିସ ହାତରେ ପଡିଲେ ଧରା Posted on 27/07/201927/07/2019 by NTP Bureau Report ଝାରସୁଗୁଡା (ଏନଟିପି): ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଡିକ ଭାଙ୍ଗି କରୁଥିଲେ ଲୁଟ । ଶେଷରେ ଧରାପଡିଲେ ଝାରସୁଗୁଡା ପୋଲିସ ହାତରେ ।ଦେଖନ୍ତୁଏହି ସିସିଟିଭି ଭିଜୁଆଲ କିଭଳି ଲୁଟୁଛନ୍ତି ଡ଼ିକି ଭାଙ୍ଗି ଟଙ୍କା । ଏବେ ଚାରି ଜଣଙ୍କ ମଧ୍ୟରୁ ଏବେ ତିନି ଜଣ ସଦସ୍ୟ ଝାରସୁଗୁଡା ପୋଲିସ କବଜାରେ । । ଗ୍ୟାଙ୍ଗ ର ସଦସ୍ୟ ହେଲେ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳ ର କାଳି ଦାସ, ଡି ଶ୍ରୀନିବାସ, ଏ ଶ୍ରୀନୁ ।ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ରେ ବୁଲି ଗାଡି ଡ଼ିକି ଭାଙ୍ଗି ଟଙ୍କା ଚୋରି କରୁଥିଲେ ।୯୦ ହଜାର ଟଙ୍କା ସହ ତିନୋଟି ମୋଟର ସାଇକେଲ ଏବଂ 6 ଟି ମୋବାଇଲ ଜବତ କରାଯାଇଛି । ଝାରସୁଗୁଡା ଜିଲ୍ଲା ବଡ଼ମାଲ ଓ ଲଇକେରା ସମେତ ସୁନ୍ଦରଗଡ, ରାଉଲକେଲା,ଦେବଗଡ଼, ମହୁଲପାଲି,କୁଚିଣ୍ଡା, ପାଟଣାଗଡ଼,ବଲାଙ୍ଗୀର, ନୂଆପଡା ଥାନା ଇଲାକାରେ ରେ ଏହି ଡ଼ିକି ଭାଙ୍ଗି ଟଙ୍କା ଚୋରି କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ଗତ 22 ତାରିଖରେ ସୁନ୍ଦରଗଡ ସହର ସୁନାରୀପଡ଼ାରେ ଏହି ଗ୍ୟାଙ୍ଗ ର 4 ଜଣ ସଦସ୍ୟ ଏକ ଲକ୍ଷ ଦଶ ହଜାର ଟଙ୍କା ଡ଼ିକି ଭାଙ୍ଗି ଲୁଟ କରିଥିବା ବେଳେ ଏହାର ସିସିଟିଭି ଫୁଟେଜ ପୋଲିସ ର ହସ୍ତଗତ ହୋଇଥିଲା । ସିସିଟିଭି ଫୁଟେଜ କୁ ଆଧାର କରି ଅପରାଧୀଙ୍କୁ ଧରିବାରେ ପୋଲିସ କୁ ସହାୟକ ହୋଇଥିଲା ।ଗ୍ୟାଙ୍ଗ ର 4 ସଦସ୍ୟ ମଧ୍ୟରୁ 3 ଜଣ ସଦସ୍ୟ ଧରା ପଡିଥିବା ବେଳେ ଆଉ ଜଣେ ସଦସ୍ୟ କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଝାରସୁଗୁଡା ଏସଡିପିଓ କୈଳାସ ଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି । ସିସିଟିଭିରେ ଲୁଟେରାଙ୍କ ଲୁଟର ଚିତ୍ର👇👇👇👇: Share on FacebookTweetFollow usSave Post Views: 227
Odisha ଅନୁଗୋଳରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ… NTP Bureau Report 24/01/2019 0 ଅନୁଗୋଳ(ଏନଟିପି) ଅନୁଗୋଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ଜାତୀୟ ଶିଶୁ କନ୍ୟା ଦିବସ ଓ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି।ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଶିଶୁ ବିକାଶ ଏବଂ ମିଶନ ଶକ୍ତି […]
Odisha ଟ୍ୟାଙ୍କର ଧକ୍କାରେ ପୁଅ ମୃତ ବର୍ତିଲେ ମାଆ NTP Bureau Report 11/02/2020 0 ଢେଙ୍କାନାଳ(ଏନଟିପି): ବାଇକ ଉପରେ ଚଢ଼ିଗଲା ଟ୍ୟାଙ୍କର ପୁଅ ମୃତ ,ମାଆ ଗୁରୁତର।ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବିଆରଜି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ତାଙ୍କ […]
Odisha ବଲାଙ୍ଗୀର ମାଟି ଐତିହ୍ୟ ସମ୍ପର୍ଣ୍ଣ ମାଟି :ଧର୍ମେନ୍ଦ୍ର ପ୍ରଧାନ NTP Bureau Report 15/01/2019 0 ଏନଟିପି: ବଲାଙ୍ଗୀରର ମାଟି ଐତିହ୍ୟସମ୍ପନ୍ନ, ସଂସ୍କୃତିଭରା ଓ ପରମ୍ପରାର ମାଟି । ଏ ମାଟି କେବଳ ଇତିହାସକୁ ମନେପକାଏ ନାହିଁ, ସମୟର ଆବଶ୍ୟକତାକୁ ପୂରଣା କରିବା ପାଇଁ ଆହ୍ୱାନକୁ ବି ସ୍ୱୀକାର କରେ ବୋଲି […]