ଚାଷୀଙ୍କ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….ହକ୍ ପାଇଁ ହେବ ଲଢେଇ….

ଏନଟିପି:(ଭୁବନେଶ୍ୱର)ଚାଷୀ ସମାବେଶ ରେ ଯୋଗଦେବା ପାଇଁ ସୋମବାର ପୂର୍ବାହ୍ନରେ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମ୍ ଠାରେବିଜେଡି ପକ୍ଷରୁ ଆୟୋଜିତ ହେବାକୁ ଥିବା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।ସମାବେଶ ପରେ ଅପରାହ୍ନ ୫ ଟା ୪୫ ରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଚାଷୀ ଅଧିକାର ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବେ । ମଙ୍ଗଳବାର ରାତି ୯ଟା ୨୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।ଗତ ଦୁଇ ଦିନ ତଳେ ଏକ ସ୍ୱତନ୍ତ୍ର ଟ୍ରେନ ରେ ଭୁବନେଶ୍ଵରରୁ ବିଜୁ ଜନତା ଦଳର ସମସ୍ତ ବିଧାୟକ କର୍ମୀ ମାନେ ମଧ୍ୟ ଯାଇଛନ୍ତି।ମହିଳାଙ୍କ ପରେ ଏବେ ଫୋକସ୍‌ରେ ଚାଷୀ।

ବିଜେଡି ର ଆନ୍ଦୋଳନକୁ କାଉଣ୍ଟର କରିବ ବିଜେପି :

ବିଜେଡିର ଆନ୍ଦୋଳନକୁ କାଉଅନ୍ତର କରିବା ବିଜେପି। ଚାଷ ପ୍ରସଙ୍ଗରେ ବିଜେଡିର ବିକ୍ଷୋଭକୁ କାଉଣ୍ଟର କରିବ ବିଜେପି । ସଚିବାଳୟ ଓ ନବୀନ ନିବାସ ଘେରାଉ କରିବ ଦଳ। ବିଜେପି ଅଭିଯୋଗ କରିଛି, ନଭେମ୍ବର ସୁଦ୍ଧା ରାଜ୍ୟବ୍ୟାପୀ ମଣ୍ଡି ଖୋଲିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ବି ଅନେକ ଅଞ୍ଚଳରେ ମଣ୍ଡି ଖୋଲିନାହିଁ। ମିଲର୍‌-ଦଲାଲଙ୍କ ଦୌରାତ୍ମ୍ୟ ବଢୁଥିବା କହିଛି ବିଜେପି । ସେପଟେ କଂଗ୍ରେସ କହିଛି, ଚାଷୀଙ୍କୁ ନେଇ ନାଟକବାଜି ଚାଲିଛି।

ଦିଲ୍ଲୀ ଲଢେଇ ପୂର୍ବରୁ ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ଘୋଷଣା କରିଛନ୍ତି କାଳିଆ ଯୋଜନା। ଏହି ଯୋଜନାରେ ଆଗାମୀ ତିନିବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।ଦିଲ୍ଲୀର ତାଲକୋଟ୍ରା ଠାରେ ବିଜେଡି କରିବ ଚାଷୀଙ୍କ ପାଇଁଆନ୍ଦୋଳନ..

Follow by Email
WhatsApp