ହ୍ବାଟସଆପ୍ ଜାରି କଲା ଗାଇଡଲାଇନ୍

ନିର୍ବାଚନ ପୂର୍ବରୁ କଟକଣା ଜାରି କଲା ହ୍ୱାଟସଆପ୍ ।  ନିର୍ବାଚନ ସମୟରେ ମିଥ୍ୟା ସମ୍ବାଦ ଯାଞ୍ଚ କରିବାକୁ ଓ ସୂଚନାର ସତ୍ୟାସତ୍ୟ ପରିଖିବାକୁ ହ୍ଵାଟସ୍‌ଆପ୍‌ ଭାରତୀୟମାନଙ୍କ ପାଇଁ ଗୋଟାଏ ସେବା ଆରମ୍ଭ କରିଛି।ହ୍ୱାଟସ ଆପ୍ ଗ୍ରୁପ ଚାଟିଂ ପାଇଁ ପ୍ରାଇଭେସୀ ପଲିସିରେ ପରିବର୍ତ୍ତନ ଆଣିଛି । ନୂଆ ଅପଡେଟ୍ ପରେ ଗ୍ରୁପ ଆଡମିନ୍ କୌଣସି ବ୍ୟକ୍ତିର ଅନୁମତି ନ ନେଇ ତାକୁ ଗ୍ରୁପରେ ଆଡ୍ କରିପାରିବ ନାହିଁ । ଗ୍ରୁପରେ କାହାକୁ ଆଡ କରିବା ପୂର୍ବରୁ ତାର ଅନୁମତି ନେବା ପାଇଁ ପ୍ରଥମେ ଇନଭାଇଟ୍ ପଠାଇବାକୁ ପଡିବ ।ନୂଆ ଅପଡେଟ୍ ପରେ ଗ୍ରୁପ ଆଡମିନ ଆପଣଙ୍କ ଅନୁମତି ବିନା ଆପଣଙ୍କୁ କୌଣସି ଗ୍ରୁପରେ ଆଡ କରିପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ Account > Privacy > Groups  ଯାଇ ତିନୋଟି ବିକଳ୍ପ ମିଳିବ । ଏଥିରେ Nobody, My Contacts, Everyone ସାମିଲ ରହିଛି । ଯଦି ଆପଣ  Nobody ବିକଳ୍ପ ଚୟନ କରୁଛନ୍ତି ତେବେ ଆପଣଙ୍କୁ କେହି ଗ୍ରୁପରେ ଆଡ୍ କରିପାରିବେ ନାହିଁ ।ହ୍ୱାଟସଆପ୍ ଭାରତରେ ଫ୍ୟାକ୍ଟ ଚେକିଙ୍ଗ୍ ସର୍ଭିସ୍ ଲଞ୍ଚ୍ କରିଛି ।ଯଦି ଆପଣଙ୍କୁ ଲାଗୁଛି ଯେ ହ୍ଟାଟ୍ସଆପରେ ଫେକ୍ ମେସେଜ୍ ଆସିଛି । ତେବେ ଆପଣ ଏହାକୁ checkpoint tipline ରେ ପଠାଇପାରିବେ ଏବଂ ଏଠାରୁ ଭେରିଫାଏ କରିପାରିବେ । ଏହା ଏକ ଲୋକାଲ୍ ଷ୍ଟାର୍ଟଅପ୍ ଯାହା ମିଛ ଖବରର ସତ୍ୟତାକୁ ଚେକ୍ କରିଥାଏ ।ହ୍ଟାଟସଆପ୍ ପକ୍ଷରୁ ଫ୍ୟାକ୍ଟ ନମ୍ବର ଜାରୀ ହୋଇଛି । ମନରେ କୌଣସି ସନ୍ଦେହ ହେଲେ ହ୍ୱାଟସଆପ୍ ଫ୍ୟାକ୍ଟ ନମ୍ବର ୯୬୪୩୦୦୦୮୮୮ରେ ଯୋଗାଯୋଗ କରିପାରିବେ । ଏହି ଫ୍ୟାକ୍ଟ ଚେକ୍ ଇଂରାଜୀ,ହିନ୍ଦୀ,ତେଲୁଗୁ,ବଙ୍ଗାଳୀ ଏବଂ ମାଲୟାଲମ୍ ଭାଷାକୁ ସପୋର୍ଟ କରିଥାଏ । ଟେକ୍ସ୍,ଇମେଜ୍ ଏବଂ ଭିଡିଓ ମାଧ୍ୟମରେ ଭେରିଫିକେସନ୍ କରାଯିବ ।ଅନ୍ୟପଟେ ସତ ଖବରରେ ଟ୍ରୁ’ର ଟ୍ୟାଗ ମାର୍କ ଲାଗିବ । ଏବେ ଆପଣଙ୍କୁ କଡାକଡି ଭାବେ ହ୍ୱାଟସଆପ୍ ଇନଭେଷ୍ଟିଗେସନ୍ ସିଷ୍ଟମ୍ କୁ ମଧ୍ୟ ମାନିବାକୁ ପଡିବ । ଏହି ନିୟମ ଲାଗୁ ହେଲେ ଆପଣ ଗୋଟିଏ ଥରରେ ୫ ଜଣରୁ ଅଧିକ ମେସେଜ୍ ପଠାଇ ପାରିବେ ନାହିଁ ।

Follow by Email
WhatsApp