ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ରେ ସଂସ୍କୃତ ଦିବସ ପାଳିତ 

ଅନୁଗୋଳ (ଏନ ଟି ପି ):

ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ, ଅନୁଗୋଳର ସଂସ୍କୃତଭାଷାର ପ୍ରଚାରପ୍ରସାର ନିମନ୍ତେ ସଂସ୍କୃତଦିବସ ପାଳନ କରାଯାଇଛି || ମହାବିଦ୍ୟାଳୟ ପରିଷରରେ  ଏକ ସଭା ଅନୁଷ୍ଠିତ ହୋଇଥିଲା । ଏ ସଭାରେ ବିଶିଷ୍ଟ ଅତିଥି ଭାବେ ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ମହୋଦୟ, ମୁଖ୍ୟ ଅତି ଓଡିଶା ପ୍ରଭାରୀ ଶ୍ରୀଯୁକ୍ତ ଅଭୟ ରାୟ, ମୁଖ୍ୟ ବକ୍ତା ପୁରୀ ମହିଳା ସୟଂଶାସିତ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ସଂସ୍କୃତ ପ୍ରାଧାପକ ଡ. ସୀମାଚଳ ପଣ୍ଡା,  ସମ୍ମାନିତ ବକ୍ତା ଯଦୁନାଥ ସଂସ୍କୃତ  ମହାବିଦ୍ୟାଳୟର ପ୍ରାକ୍ତନ  ଅଧ୍ୟକ୍ଷ ଡ.ନାରାୟଣ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ଅନୁଗୋଳର କଳିଙ୍ଗଟିଭି ମୁଖ୍ୟ ଶ୍ରୀଯୁକ୍ତ ମାନସ ରଞ୍ଜନ ମିଶ୍ର ମଂଚାସୀନ ହୋଇଥିଲେ । ଉକ୍ତ ସଭାକୁ * ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅନୀତା ମିଶ୍ର ପରିଚାଳନା କରିଥିଲେ । ସଭା ଆରମ୍ଭ ରେ  ଛାତ୍ରୀ ମାନଙ୍କଦ୍ୱାରା ସ୍ୱାଗତନୃତ୍ୟ  ପରିବେଷଣ କରିଥିଲେ  ଏବଂ ଅବସର ଗ୍ରହଣ କରିଥିବା ସଂସ୍କୃତ ବ୍ୟାକରଣ ପ୍ରାଧାପକ ଶ୍ରୀଯୁକ୍ତ ଦିଗାମ୍ବର ନନ୍ଦ ମହୋଦୟଙ୍କୁ ସମ୍ବଦ୍ଧନା ପ୍ରଦାନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର  ସହିତ ପୁରସ୍କୃତ କରାଯାଇଥିଲା । ଉକ୍ତ ସଭାରେ କାର୍ଯ୍ୟକ୍ରମ ସଂଯୋଜକ ସଂସ୍କୃତସାହିତ୍ୟ  ଅଧ୍ୟାପକ ଡ଼.ଦେବାଶିଷ ଦାଶ ସାଗତଭାଷଣ ଦେଇଥିଲାବେଳେ ସଂସ୍କୃତ ଦର୍ଶନ ଅଧ୍ୟାପକ ଶ୍ରୀଯୁକ୍ତ ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ  କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କଦ୍ୱାରା । ନୃତ୍ୟ ପ୍ରଦର୍ଶିତ ହୋଇଥିଲା  ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ତଥା ବିଦ୍ୟାର୍ଥୀ ମାନେ  ସମ୍ପୂର୍ଣ୍ଣ  ସହଯୋଗ କରି  ସଂସ୍କୃତ ଦିବସ ସମାରୋହକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *

Follow by Email
WhatsApp