ବିଗ ସ୍କ୍ରିନ ରେ ଆସିବେ ; ଅମୀର ଖାନ ଓ ସାଉଥ ହିରୋ ରଜନୀକାନ୍ତ

ମୁମ୍ବାଇ: ବଲିଉଡର ବିଗ୍ ଷ୍ଟାର ଆମୀର ଖାନ ଏବଂ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ବଡ ପରଦାରେ ଏକାଠି କାମ କରିବାକୁ ଯାଉଛନ୍ତି । ଏହି ଦୁଇ ସୁପରଷ୍ଟାର ଶେଷ ଥର ପାଇଁ ୧୯୯୫ ଚଳଚ୍ଚିତ୍ର ‘ଆତଙ୍କ ହିଁ ଆତଙ୍କ’ରେ ଏକାଠି କାମ କରିଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର ‘କୁଲି’ରେ ନଜର ଆସିବେ। ‘କୁଲି ଏକ ଆକ୍ସନ୍-ଥ୍ରିଲର ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଥିବା ବେଳେ ତାଙ୍କ ସହିତ ପ୍ରିୟଙ୍କା ମୋହନ ବି ନଜର ଆସିବେ।
ଦୀର୍ଘବର୍ଷ ପରେ ଅମୀର ଖାନ ଏବଂ ରଜନୀକାନ୍ତ ଏକାଠି ନଜର ଆସିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ଖୁବ ଉତ୍ସାହିତ ହୋଇଯାଇଛନ୍ତି। ‘କୁଲି’ ସିନେମାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଏହି ଫିଲ୍ମ ଶୀଘ୍ର ପ୍ରେକ୍ଷାଳୟରେ ଆସିବ ବୋଲି ଆଶା କରାଯାଉଛି।
ସବୁବେଳେ ଚର୍ଚ୍ଚାରେ ରହୁଥିବା ଅମୀର, ରିୟା ଚକ୍ରବର୍ତ୍ତୀଙ୍କ ‘ପୋଡ୍‌କାଷ୍ଟ ଚାପ୍ଟର୍ ୨’ ରେ ବିବାହକୁ ନେଇ ତାଙ୍କ ବ୍ୟକ୍ତିଗତ ମତ ପଚରାଯାଇଥିଲା। ସେ ଉତ୍ତରରେ କହିଥିଲେ, “ମୋର ବିବାହ ଦୁଇଥର ବିଫଳ ହୋଇଛି। ମୋ ଠାରୁ ପରାମର୍ଶ ନିଅନ୍ତୁ ନାହିଁ। ମୁଁ ଏକୁଟିଆ ରହିବାକୁ ପସନ୍ଦ କରେ ନାହିଁ। ମତେ ଏକ ପାର୍ଟନର୍ ଦରକାର। ମୁଁ ଏକୁଟିଆ ରହିବା ଭଳି ବ୍ୟକ୍ତି ନୁହେଁ।’
ଚଳଚ୍ଚିତ୍ର ରିଲିଜ ହେବାକୁ ନେଇ ପ୍ରଶଂସକଙ୍କ ମନରେ ଉତ୍ସାହ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Follow by Email
WhatsApp