ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଭିଡ଼ିଓ ଭାଇରାଲ ୪ ଗିରଫ

ଅନୁଗୋଳ(ଏନଟିପି):

ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅଧିନରେ ସାମ୍ବାଦିକଙ୍କୁ ଦିନଦ୍ୱିପ୍ରହରରେ ଆକ୍ରମଣ ଅଭିଯୁକ୍ତଙ୍କୁ ମହଙ୍ଗା ପଡ଼ିଛି । ସାମ୍ବାଦିକଙ୍କୁ କୋଇଲା ମାଫିଆଙ୍କ ମାଡ଼ମରା ଭିଡିଓ ଭାଇରାଲ ହେବାପରେ ସାରା ରାଜ୍ୟ କାହିଁକି ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ଏହି ଅମାନୁଷିକ ଓ ଅମାନବୀୟ ମାଡମାରିବା ଭିଡିଓ ଭାଇରାଲ ହେବାପରେ ଅନୁଗୋଳ ଜିଲ୍ଲା ପୋଲିସ୍ ପ୍ରଶାସନର ତତ୍ପରତା ପ୍ରକାଶ ପାଇଥିଲା । ଅନୁଗୋଳ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ଅଫିସ୍ ପରିସରରେ ଗତକାଲି ଏକ ଜରୁରୀ ବୈଠକରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଏକ ସତନ୍ତ୍ର ଟିମ୍ ଗଠନ କରାଯାଇଥିଲା।ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମରେ ତାଳଚେର ଏସଡିପିଓ ଶ୍ରୀ ଭବାନୀ ଶଙ୍କର ଉଦ୍‌ଗାତାଙ୍କ ନେତୃତ୍ବରେ କୋଲିୟରୀ ଥାନା,ତାଳଚେର ଥାନା ଓ ସମଲ ଥାନାର ଆଇଆଇସି ଯଥାକ୍ରମେ ସବ୍ୟସାଚୀ ରାଉତ,ସତ୍ୟବ୍ରତ ରାଉତ,ଚାରୁଲତା ବେହେରା ଓ ତଦନ୍ତକାରୀ ଅଧିକାରୀ ଶ୍ରୀନିବାସ ସେଠୀ ଅଭିଯୁକ୍ତ ମାନଙ୍କୁ ଧରିବାକୁ ରାତିସାରା ବିଭିନ୍ନ ଯାଗାରେ ଚଢାଉ କରିଥିଲେ । ଚଢାଉ ସମୟରେ ପାଲଲହଡାରେ ଅର୍ଦ୍ଧନିର୍ମିତ ପେଟ୍ରୋଲ ଟାଙ୍କିରୁ ମୂଖ୍ୟ ଅଭିଯୁକ୍ତ ବଳରାମ ସାହୁ,ତାଳଚେର ଥାନାଅଞ୍ଚଳର ହେଂସମୂଳ ଗ୍ରାମରୁ ବାବୁଲି ଓରଫ ବବଲୁ ପ୍ରଧାନ ଓ ବାଲୁଙ୍ଗା ଗ୍ରାମରୁ ପଙ୍କଜ ଓରଫ୍ ପପୁ ପାଠେ, କଲିୟରୀ ଥାନା ଅଂଚଳର ଘଣ୍ଟପଡ଼ା ଗ୍ରାମରୁ ଟୁନା ସାହୁକୁ ଗିରଫ କରିଥିଲେ । ସୂଚନା ଯୋଗ୍ୟଯେ, ସାମ୍ବାଦିକ ଶ୍ରୀ ହିମାଂଶୁ ଶେଖର ଗଡନାୟକ ତାଳଚେର ମେଡିକାଲ କଲେଜ୍ ଓ ରିସର୍ଚ୍ଚ ସେଣ୍ଟରକୁ ଗତ ତା୦୪.୦୩.୨୦୧୯ ରିଖ ପୂର୍ବାହ୍ନ ୯ଟା ସମୟରେ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦଘାଟନୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ବାଟରେ ଅଟକାଇ ବିଭିନ୍ନ ଆଳର ଅଭିଯୋଗକରି ମରଣାନ୍ତକ ଆକ୍ରମଣ କରିଥିଲେ । ସେହି ଆକ୍ରମଣ ସମୟରେ ତାଳଚେର ଥାନାର କେସ୍‌ନଂ- ୭୧/୧୯ ତା-୦୫.୦୩.୨୦୧୯ରିଖରେ ଦଫା ୩୪୧,୩୨୩,୫୦୬,୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇଥିଲା । ସେହି କେସ୍‌ଟି ପ୍ରମାଣ ଅଭାବରୁ ବନ୍ଦ ହୋଇଯାଇଥିଲା । ଭିଡ଼ିଓ ଭାଇରାଲ ହେବାପରେ ସେହି କେସକୁ ଆଉଥରେ ଖୋଲାଯାଇ ପୁନଶ୍ଚ ଦଫା- ୧୨୦(ବି),୩୦୭ ଓ ୩୬୫କୁ ଚାର୍ଟସିରେ ଦର୍ଶାଯାଇଥିଲା । ଆଜି ସେମାନଙ୍କୁ ଅଦାଲତରେ ହାଜର କରିବାପରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ସମୋନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଛି । ଏ ସକ୍ରାନ୍ତରେ ସମ୍ପୃକ୍ତ ସାମ୍ବାଦିକଙ୍କ ପତ୍ନୀ ସୁଷମା ଗଡନାୟକ,ସାମ୍ବାଦିକ ହିମାଂଶୁ ଶେଖର ଗଡନାୟକ, ପାଲଲହଡା ପ୍ରେସ୍ କ୍ଲବ,ଏଡିୟୁଜେ ଅନୁଗୋଳ,ଏସୟୁଜେ ଓଡିଶା,ବିଭିନ୍ନ ସଂଗଠନ ଓ ସାମ୍ବାଦିକ ଆରକ୍ଷୀଅଧିକ୍ଷକଙ୍କ ଏତାଦୃଶ କାର୍ଯ୍ୟପାଇଁ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଇଛନ୍ତି ।
Follow by Email
WhatsApp