ଲକଡାଉନ ୪.୦ ; ମେ ୩୧ ଯାଏଁ ବଢ଼ିଲା ତାଲା ବନ୍ଦ ଅବଧି

ନୂଆଦିଲ୍ଲୀ(ଏନ ଟି ପି):

ପୁଣି ବଢ଼ିଲା ୪.୦ ଲକ ଡାଉନ ର ଅବଧି।ନୂଆ ଗାଇଡ଼ ଲାଇନ ଜାରି କଲେ କେନ୍ଦ୍ର ସରକାର। ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି | ୧୪ ଦିନ ପାଇଁ ଲକଡାଉନ ଅବଧି ବଢାଇବାକୁ ନ୍ୟାସନାଲ ମ୍ୟାନେଜମେଣ୍ଟ ଡ଼ିଜାଷ୍ଟର ଅଥରିଟି ନିର୍ଦ୍ଦେଶ ଦେଇଛନ୍ତି | କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି | ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ର ଧାରା ୬(୨) (i) ଅନୁଯାୟୀ ଦେଶରେ ଦେଖାଯାଇଥିବା କରୋନା ମହାମାରୀଙ୍କୁ ନେଇ ଲକଡାଉନ ଅବଧି ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି |ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ୭ଟି ରାଜ୍ୟ ଲକଡାଉନ ଅବଧି ବଢାଇବାକୁ ଘୋଷଣା କରିଥିଲେ ।
କଣ ବନ୍ଦ ରହିବ : ଧର୍ମାନୁଷ୍ଠାନ ସାଧାରଣ ଲୋକଙ୍କ ପାଇଁ ବନ୍ଦ ,ବାହାଘରରେ ୫୦ ରୁ ଅଧିକ ଯାଇପାରିବେ ନାହିଁ,ସିନେମା ହଲ,ସୁଇମିଙ୍ଗ ପୁଲ ବନ୍ଦ,ପାର୍କ ବନ୍ଦ ରହିବ,ଶବ ସଂସ୍କାର ରେ ୨୦ ରି ଅଧିକ ଲୋକ ଯାଇପାରିବେ ନାହିଁ । ନିଜ ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ତାମିଲନାଡୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ସରକାର ମେ ୩୧ ଯାଏଁ ଲକଡାଉନ ବଢ଼ାଇଛନ୍ତି | ଗତକାଲି ମିଜୋରାମ, ପଞ୍ଜାବ ଓ ତେଲେଙ୍ଗାନା ସରକାର ମଧ୍ୟ ସେମାନଙ୍କ ନିଜ ନିଜ ରାଜ୍ୟରେ ଲକଡାଉନ ଅବଧିକୁ ବଢାଇଥିଲେ |ସନ୍ଧ୍ୟା ୭ ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରୀ ରହିବ।

Report By Resident Editor Smrutilipi Sahu

Follow by Email
WhatsApp