ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ ସହିଦ ଯବାନଙ୍କ ଘରୁ ସଂଗ୍ରହ କଲେ ମାଟି, ସ୍ମାରକ ସ୍ଥଳରେ ସ୍ଥାପନ ହେବ କଳସ

ଭୁବନେଶ୍ୱର(ଏନଟିପି) :

*୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ଶହୀଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ ଏକ ସ୍ମାରକୀ ନିର୍ମାଣ କରାଯାଉଛି। ଏହି ସ୍ମାରକୀ ସ୍ଥଳରେ ଶହୀଦ ଯବାନଙ୍କ ଘରର ମାଟି ଥିବା ଏକ କଳସ ସ୍ଥାପନା କରାଯିବ। ୪୦ ଶହୀଦ ଯବାନଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଥିବା ଉମେଶ ଗୋପୀନାଥ ଯାଦବ ଉକ୍ତ କଳସକୁ ଶୁକ୍ରବାର ସ୍ମାରକସ୍ଥଳକୁ ପ୍ରଦାନ କରିଛନ୍ତି।*

*ଉମେଶ କହିଛନ୍ତି, ପୁଲୱାମା ଶହୀଦଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଥିବାରୁ ଗର୍ବ ଅନୁଭବ କରୁଛି। ମୁଁ ସମସ୍ତ ଯବାନଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଲି ଏବଂ ସେମାନଙ୍କ ଆଶୀର୍ବାଦ ମାଗିଲି। ମା-ବାପା ନିଅ ପୁଅକୁ ହରାଇଦେଲେ, ସ୍ତ୍ରୀ ନିଜ ସ୍ବାମୀକୁ ହରାଇଲା, ପିଲାମାନେ ତାଙ୍କ ବାପାଙ୍କୁ ହରାଇଲେ, ସାଙ୍ଗସାଥୀ ସେମାନଙ୍କ ବନ୍ଧୁକୁ ହରାଇଲେ। ମୁଁ ସେମାନଙ୍କ ଘରୁ ଏବଂ ଶ୍ମଶାନରୁ ମାଟି ସଂଗ୍ରହ କରିଛି।

ଜମ୍ମୁ କାଶ୍ମୀରର ପୁଲଓ୍ଵାମା ଆକ୍ରମଣକୁ ପୂରିଛି ବର୍ଷେ । ସେହି କଳାର ଦିନର ଛାୟା ଆଜି ବି ପ୍ରତ୍ୟକ ଭାରତୀୟଙ୍କ ହ୍ରୁଦୟରେ ଉଜ୍ଜିବିତ ହୋଇ ରହିଛି । ଆଜିର ଦିନରେ ଠିକ୍ ବର୍ଷେ ପୂର୍ବେ ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି ସେହି ଲୋମଟାଙ୍କୁରା ଦୃଶ୍ୟ ।

*ସୂଚନାଯୋଗ୍ୟ, ଗତବର୍ଷ ୧୪ ଫେବୃୟାରୀରେ ସିଆରପିଏଫ ଯବାନଙ୍କ ଗାଡ଼ି ପୁଲୱାମା ଦେଇ ଯାଉଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଯାଇଥିଲେ। ଆଉ ଅନେକ ଯବାନ ଆହତ ହୋଇଥିଲେ। ପ୍ରାୟ ୨୫୦୦ ଯବାନ ଏକସମୟରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା।*

Follow by Email
WhatsApp