ଚାଷୀ ଙ୍କ ସମସ୍ୟା କୁ ନେଇ ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି ଟିମ

ଚାଷୀ ଙ୍କ ସମସ୍ୟା କୁ ନେଇ ବିଜେପି ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା
(ଚାଷୀ ଙ୍କ ଦାବୀ ପ୍ରତି ଦୃଷ୍ଟି ନଦେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ -ଡିଲେଶ୍ୱର ପ୍ରଧାନ )
ଅନୁଗୁଳ :ତା 21/12:ରାଜ୍ୟ ସରକାର ଙ୍କ ଚାଷୀ ମାରଣ ନୀତି ତଥା ଧାନମଣ୍ଡି ର ସମସ୍ୟା କୁ ନେଇ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଉପ ଜିଲ୍ଲାପାଳ ଙ୍କ ସହ ଦାବୀ ଗୁଡିକ ବିଷୟରେ ଆଲୋଚନା କରାଯାଇଛି |ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିଜେପି ସମଗ୍ର ଜିଲ୍ଲାରେ ଚାଷୀ ଙ୍କ ସମସ୍ୟା କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି |ଧାନ ଅମଳ ଶେଷ ହେବାକୁ ଶେଷ ହେବା କୁ ବସିଥିଲା ବେଳେ ଅଦ୍ୟାବଧି ଧାନମଣ୍ଡି ଖୋଳାଯାଇନାହିଁ |ମଣ୍ଡି ଗୁଡିକ ତୁରନ୍ତ ଖୋଲିବା ସହ ଶୃଙ୍ଖଳିତ ଭାବେ ଧାନ କିଣିବାର ବ୍ୟବସ୍ଥା ଆଗାମୀ 48ଘଣ୍ଟା ମଧରେ କରିବା, କୃଷକ ରେଜିଷ୍ଟ୍ରେସନ ର ପାତର ଅନ୍ତର ନୀତି ତଥା ଅନିୟମିତତା ବନ୍ଦ କରିବା, ସେଣ୍ଟ୍ରାଲ ଟୋକନ ନାମରେ ସରକାରୀ ପ୍ରାୟୋଜିତ ଭ୍ରଷ୍ଟାଚାର ଓ ଚାଷୀ ମାରଣ ନୀତି ବନ୍ଦ କରିବା, ଚାଷୀ ଙ୍କ ମୁଣ୍ଡପିଛା 60 କ୍ୱିଣ୍ଟାଲ ଧାନ ବିକ୍ରି କରିବା ନିଷ୍ପତ୍ତି ରଦ୍ଦ କରି ବିକ୍ରି ସୀମା ବୃଦ୍ଧି କରିବା, କଟନୀ ଛଟଣି ବନ୍ଦ କରି ଏହାକୁ ବେଆଇନ ଘୋଷଣା କରିବା, ଚାଷୀଙ୍କୁ କେନ୍ଦ୍ର ସରକାର ଦେଉଥିବା କ୍ୱିଣ୍ଟାଲ ପିଛା 2040 ଟଙ୍କା ଏମଏସପି ଦରରେ ପ୍ରଦାନ କରିବା, ଏମ ଏସ ପି ପାଇଁ ଅଭିଯୋଗ ପ୍ରକୋଷ୍ଟ ଖୋଲାଯାଇ ଅବହେଳା କରୁଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବସ୍ତା ଓ ସୁତୁଲି ଅର୍ଥ ଚାଷୀଙ୍କୁ ଦେବା, ମୁଖ୍ୟମନ୍ତ୍ରୀ 2016ରେ ଘୋଷଣା କରିଥିବା କ୍ୱିଣ୍ଟାଲ ପିଛା 100ଟଙ୍କା ବୋନସ ଦେବା, ମଣ୍ଡି ରେ ଚାଷୀ ଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ନିୟମ ମୁତାବକ ସମ୍ପୂର୍ଣ ବ୍ୟବସ୍ଥା କରିବା ଆଦି ଦାବୀ ନେଇ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |ଜିଲ୍ଲା ସଭାପତି ଶ୍ରୀ ପ୍ରଧାନ ଙ୍କ ସମେତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ,ଜିଲ୍ଲା ସମ୍ପାଦକ ସମୋନାଥ ରାଉତ, ବରିଷ୍ଠ ନେତା ଦିଲ୍ଲୀପ ଦାସ ଓ ପ୍ରଶାନ୍ତ ପୃଷ୍ଟି, କାଉନସିଲର କୌଲାସ ପ୍ରଧାନ, ମଣ୍ଡଳ ସଭାପତି ଅମୁଲ୍ୟ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶେଷଦେବ ସାହୁ, ବିନୋଦ ପ୍ରଧାନ, ବଙ୍କୁ ବେହେରା, ଚିତ୍ତରଞ୍ଜନ ଦାସ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |କୃଷକ ମୋର୍ଚ୍ଚା ର ଏହି ପ୍ରତିନିଧଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ଦିନେ ଦୁଇଦିନ ପରେ ବିଜେପି ଜିଲ୍ଲା ର ସମସ୍ତ ମଣ୍ଡି କୁ ଚାଲ ଅଭିଯାନ କରି ମଣ୍ଡି ର ଅବସ୍ଥା ବୁଲି ଦେଖିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି |

Follow by Email
WhatsApp