କମାଳାଦେଇପୁର ରେ ରାସ୍ତା ରୋକ !! କଟକ ନରସିଂହପୁର ଗାଡି ଚଳାଚଳ ଠପ୍

ବଡମ୍ବା /ନରସିଂହପୁର (ଶିବ ପ୍ରସାଦ ପଣ୍ଡା)

ଆରକେଡି ଠିକା ସଂସ୍ଥାର ମନମାନି ଓ ଡ୍ରେନ ନିର୍ମାଣ କୁ ବିରୋଧ କରି ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି।ବହୁ ଦିନ ହେଲା କଟକ ନରସିଂହପୁର ମୁଖ୍ୟ ରାସ୍ତା ନିର୍ମାଣ କରିଥିଲେ ମଧ୍ୟ ଡ୍ରେନ ନିର୍ମାଣ କାର୍ଯ୍ୟ ବିଳମ୍ବ କରୁଥିବାରୁ ଗ୍ରାମବାସୀ ତହସିଲଦାର ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କିଛି ସମାଧାନ ହୋଇପାରିଲା ନାହିଁ।ତେଣୁ ଆଜି ଡ୍ରେନ ନିର୍ମାଣ କାର୍ଯ୍ୟ ତୁରନ୍ତ ନହୁଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତା ରୋକ ଚାଲୁ ରହିବ ବୋଲି ଗ୍ରାମ ବାସୀ ମାନେ ସୂଚନା ଦେଇଛନ୍ତି।ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଧିକାରୀ ଆନ୍ଦୋଳନ କାରୀ ମାନଙ୍କ ପାଖରେ ପହଁଚି ନଥିବା ଦେଖିବାକୁ ମିଳିଥିଲା।
Follow by Email
WhatsApp