ଅନୁଗୋଳ ଜିଲ୍ଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ରେ ଯୋଗଦେଲେ ଉପବାଚସ୍ପତି

ଅନୁଗୋଳ(ଏନ ଟିପି):

ଅନୁଗୁଳ କ୍ରିକେଟ ସଂଘର ୨୫ ବର୍ଷ ପୂର୍ତ୍ତି ଅବସରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି। ୨୫ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।ଓଡିଶା ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତ । ଏହି ମହାମୁକବିଲାରେ ଓଡିଶା ପୋଷ୍ଟଲ , ସୋଲାର କ୍ରିକେଟ କ୍ଲବ , ୟୁନିୟନ ସ୍ମୋଚିଂ , ଜାମସେଦପୁର , ଅନୁଗୁଳ , କୋଲକାତା ରେଳବାଇ , ରାଇଜିଙ୍ଗ ଷ୍ଟୁଡେଣ୍ଟ , ଭିଲାଇ ଆଦି ଦଳ ଭାଗ ନେଇଛନ୍ତି। ସଂଘର ୨୫ ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲାର ବିଭିନ୍ନ କ୍ରିକେଟ ଦଳକୁ କ୍ରିକେଟ କୀଟ ବଣ୍ଟନ କରାଯାଇଛି । ମୁଖ୍ୟତଃ ଜିଲ୍ଲାରେ ଡ୍ୟୁଜ ବଲ ଖେଳିବାକୁ ପ୍ରୋତ୍ସାହନ ଦେବାକୁ ଏଭଳି ଉଦ୍ୟମ କରାଯିବ । ଜୁନିଅର ପିଲାମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି । ସମାରୋହ ଅବସରରେ ସଂଘର ପୁରୁଣା ପ୍ରତିଷ୍ଠିତ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଭାରତୀୟ ଦଳର ପୂର୍ବତନ କ୍ରିକେଟ ଗୌତମ ଗମ୍ଭୀର , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଅନୁଗୋଳ ଜିଲ୍ଲା କଦମ ପଡିଆ ଠାରେ ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନର ରୋପ୍ୟ ଜୟନ୍ତୀ ଉତ୍ସବ ଅବସରରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ, ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ମାନ୍ୟବର ବିଧାୟକ ଆଠମଲ୍ଲିକ ଶ୍ରୀଯୁକ୍ତ ରମେଶ ସାଏ, ମାନ୍ୟବର ବିଧାୟକ ପାଳଲହଡା ଶ୍ରୀମାନ ମୁକେଶ କୁମାର ପାଳ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

Follow by Email
WhatsApp