ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ

ନୂଆଦିଲ୍ଲୀ(ଏନ ଟି ପି): ସରକାରୀ ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ । ଦିଲ୍ଲୀ ଲୁଟିୟନ୍‌ରେ ସରକାରୀ ଘରେ ରହୁଥିବା ପୂର୍ବତନ ସାଂସଦ ଓ ଅପସରପ୍ରାପ୍ତ ଅଧିକାରୀ ଘର ଛାଡିବେ । ଏନେଇ ଗତକାଲି ଲୋକସଭାରେ ସର୍ବସମ୍ମତି କ୍ରମେ ସାର୍ବଜନୀନ ପରିସର ସଂଶୋଧିତ ବିଲ୍‌ ପାସ୍‌ ହୋଇଛି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଲୁଟିୟନ୍‌ ଦିଲ୍ଲୀରେ ସରକାରୀ ଘରେ ରହୁଥିବା ଲୋକଙ୍କୁ ଶୀଘ୍ର ବାହାର କରାଯିବା ପାଇଁ ବ୍ୟବସ୍ଥା କରାଯିବ । ସରକାରଙ୍କ ପକ୍ଷରୁ ସାଂସଦ, ସରକାରୀ କର୍ମଚାରୀ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିଙ୍କୁ ଘର ପ୍ରଦାନ କରାଯାଇଥାଏ । ଆବଣ୍ଟନ ନିୟମ ଅନୁସାରେ, କାର‌୍ୟ୍ୟକାଳ ଶେଷ ହେବା ପରେ ଘର ଖାଲି କରିବା କଥା । କିନ୍ତୁ କିଛି ଲୋକେ କାର‌୍ୟ୍ୟକାଳ ଶେଷ ହେବା ପରେ ମଧ୍ୟ ସେହି ଘରେ ରହୁଛନ୍ତି ।

Follow by Email
WhatsApp