ତାଳଚେର ବିଧାୟକଙ୍କ ଗାଡି ପୋଡି ଘଟଣାରେ ୨ ଗିରଫ,ଜଣେ ଫେରାର Posted on 15/12/201915/12/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକଙ୍କ ଗାଡ଼ି ପୋଡି ଘଟଣାରେ ବିକ୍ରମପୁର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଦୁଇ ଜଣ ହେଲେ ଯୁବ ସମାଜ ସେବୀ ସଙ୍ଗଠନର ସଭାପତି ସ୍ବାଧିନ ଥମ୍ବ ଓ ଆବାହକ ଯତୀନ ମାହାନ୍ତି । ଗିରଫ ହୋଇଥିବା ଦୁଇଜଣଙ୍କ ସହ ଅନ୍ୟ ଜଣେ ମଧ୍ୟ ଏହି ଗାଡି ପୋଡି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସନ୍ଦେହ କରା ଯାଉଛି ।ସେ ଫେରାର ଥିବା ପୋଲିସ ପୋଲିସ ସୂଚନା ଦେଇଛି । ରାଜନୈତିକ ଶତୃତାରୁ ଏମାନେ ବିଧାୟକଙ୍କ ଏହି ଗାଡି ପୋଡିବା ସହ ପୂର୍ବରୁ ଭୁବନେଶ୍ବର ରେ ପୋଡା ଯାଇଥିବା ଗାଡି ଓ ବିଧାୟକଙ୍କ ପୈତୃକ ବାସ ଭବନରେ ମଧ୍ୟ ନିଆଁ ଲଗାଇଥିବା ଜଣା ପଡିଛି ।ଖବର ନେବାରେ ଜଣାପଡିଛି ଯେ ଯେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ ନାମରେ ପୂର୍ବରୁ ମିଛ କାଷ୍ଟିଙ୍ଗ କାଉଚ୍ ର ପୋଷ୍ଟର ମାରି ସ୍ବାଧିନ ଥମ୍ବ ଗିରଫ ହୋଇଥିଲେ । ସେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିବା ମଧ୍ୟ ଜଣା ପଡିଛି । ପୋଲିସ କେବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। Share on FacebookTweetFollow usSave Post Views: 249
Odisha ଅନୁଗୋଳ ବିଜେଡି ର ଜନସମ୍ପର୍କ ପଦଯାତ୍ରା ; ଗାଁ କୁ ଗାଁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ନେତା ଓ କର୍ମୀ NTP Bureau Report 19/10/2022 0 ଅନୁଗୋଳ(ଏନ ଟି ପି): ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ […]
Odisha ମୋଦିଙ୍କ ଟାର୍ଗେଟ ରେ ବିଜେଡି ଓ କଂଗ୍ରେସ ; ମୋଦି କହିଲେ ରାଜ୍ୟ ପୋଷ୍ଟମ୍ୟାନ,କେନ୍ଦ୍ରସରକାର ଆପଣଙ୍କ ପୁଅ NTP Bureau Report 16/04/2019 0 ସମ୍ବଲପୁର (ଏନଟିପି): ୨୯/୩୦ ଟଙ୍କାରେ କେନ୍ଦ୍ର ସରକାର ଚାଉଳ କିଣି ପଠାଉଛନ୍ତି। ରାଜ୍ୟ ସରକାର ଏଥିରେ ମାତ୍ର ୨ ଟଙ୍କା ମିଶାଇ ବାହାବା ନେଉଛନ୍ତି। କହୁଛନ୍ତି ଶସ୍ତାରେ ଲୋକଙ୍କୁ ଚାଉଳ ସେ ଯୋଗାଉଛନ୍ତି। ହେଲେ […]
Odisha ଅନୁଗୁଳ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନୂଆ ବର୍ଷ ଭେଟି; ୧୮୦୫ କୋଟି ଟଙ୍କାର ୧୫୪୧ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ Smrutilipi 29/12/2022 0 ଅନୁଗୋଳ(ଏନଟିପି): ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତରେ ଅନୁଗୋଳକୁ ନୂଆ ବର୍ଷ ଭେଟି.. ,ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ଅନୁଗୁଳ ସେବା ଓ ସଂଗ୍ରାମର ଭୂମି ୧୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ୩୫୦ କୋଟିରେ ଦୁଇଟି ପାନୀୟ […]