ମହିମା ଟୁଙ୍ଗିର ଉନ୍ନତିକରଣ ସମେତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭୂମିପୂଜନ କଲେ ଉପବାଚସ୍ପତି

ଅନୁଗୋଳ(ଏନଟିପି):

ଅନୁଗୋଳ ନିର୍ବାଚନ ମଣ୍ଡଳୀ ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡା ଗ୍ରାମ ପଞ୍ଚାୟତ ଠାରେ ନୂତନ ମହିଳା ସମ୍ମିଳନୀ କକ୍ଷର ଶୁଭ ଉଦ୍ଘାଟନ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଫେସିଲିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କ କରକମଳରେ ଅନୁଷ୍ଠିତ ହେଇଯାଉଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମୀରା ଗଡ଼ନାୟକ, ସରପଞ୍ଚ, ସମିତି ସଭ୍ୟା ଓ ବିଭିନ୍ନ SHGର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ଅଲେଖ ମହିମା ଶରଣ
ଏଥି ସହିତ ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତରେ ଅବସ୍ଥିତ ମହିମା ଟୁଙ୍ଗିର ଉନ୍ନତିକରଣ ନିମନ୍ତେ ୫୦ ଲକ୍ଷ୍ୟ ଟଙ୍କାର କାର୍ଯ୍ୟର ଭୂମି ପୂଜନ ଓଡିଶା ବିଧାନସଭା ଉପ-ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ କରକମଳରେ ଅନୁଷ୍ଠିତ ହେଇଯାଇଛି।

Follow by Email
WhatsApp