ବିଜେଡିର ଗୋଷ୍ଠୀକନ୍ଦଳ। ହୀନ ରାଜନୀତିକୁ ନେଇ ଚର୍ଚ୍ଚାରେ ଆଠଗଡ ବିଧାୟକ।

ଆଠଗଡ଼

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଆଠଗଡ଼ ରେ ରାଜନୀତି ସରଗରମ ହେବାରେ ଲାଗିଛି। ଆଠଗଡରେ କିଏ ବିଜେଡି ଟିକେଟ ହାତେଇବା ତାକୁ ନେଇ ରାଜା ଅଭୟଙ୍କ ମଧ୍ୟରେ ଚାଲିଛି ଅଙ୍କକଷା। ଗୋଟିଏ ପଟେ ଅଭୟ ବାରିକ ସେନା ଧରି ଆଠଗଡ଼ ତିଗିରିଆ ରେ ବିରାଟ ମୋଟରସାଇକେଲ ଶୋଭାଯାତ୍ରା କରି ନିଜର ପତିଆରା ଜାହିର କରୁଥିବା ବେଳେ।ରାଜା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରି ଲୋକଙ୍କ ସମାଗମ ମହୋତ୍ସବ ପଡ଼ିଆରେ କରୁଛନ୍ତି। ଅନ୍ୟପଟେ ଲୋକ କହୁଛନ୍ତି ରାଜାଙ୍କ ରାଲିରେ ଆଉ ଲୋକ ହେଉନାହାନ୍ତି ସେଥିପାଇଁ ସରକାରୀ କାର୍ଯ୍ୟକ୍ରମ କରି ଲୋକଙ୍କୁ ବୋକା ବନ‌ଉଛନ୍ତି।

ତେବେ ଆଠଗଡରେ ଏବେ ଚାଲିଛି ଉଦଘାଟନ ପର୍ବ ରାଜାଙ୍କ ଦ୍ଵାରା ଗତକାଲି ଖୁଣ୍ଟୁଣୀ ଠାରେ ମିନିଷ୍ଟାଡିୟମ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ କରି ଯାଉ ଯାଉ ଫଳକ ଟିକୁ କେହି ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।ତେବେ କିଏ କାହିଁକି ଫଳକ ଭାଙ୍ଗିଲା ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ନିଶ୍ଚିତ ଭାବରେ ।

ଏବେ ଆଠଗଡର ଚା ଦୋକାନ ରେ ଚର୍ଚ୍ଚା ଚା୍ଜି ଲିଦଛି ଆମେ ଶିଖେଇବୁ ରାଜାଙ୍କୁ ରାଜନୀତି।୩୦ ବର୍ଷ ଧରି ସେ ଆମକୁ ଶିଖେଇଲେ ଏବେ ଆମେ ଶିଖେଇବୁ ଆଚରଣ ବିଧି ଲାଗୁ ହେବାପରେ ।ଆଉ ହିସାବ ମାଗିବୁ ୩୦ ବର୍ଷର କରିଛ କଣ ? ସେଠି ଜଣେ ଭଦ୍ରବ୍ୟକ୍ତି ପ୍ରଶ୍ନ କଲେ ଏବେ କାହିଁକି ପଚାରୁନ ଏବେ ପ୍ରଶ୍ନ କଲେ ମିଛ କେଶ ଲଗେଇବେ ପୋଲିସ ଦ୍ବାରା ଡରେଇବେ ନହେଲେ ପୁଅ ପୁତୁରା ଚାକିରୀ କରିଥିଲେ ବଦଳି ଭୟ କାରଖାନା ରେ ଚାକିରି କରିଥିଲେ ଚାକିରି ରୁ ଛଟେଇ ହେବାକୁ ପଡିବ ତେଣୁ ଚୁପ୍ ରହିବା ଆଚରଣବିଧି ଲାଗୁ ହେଲେ ଭୋଟର ର ଅସଲ ପରିଚୟ କ’ଣ ଆମେ ଦେଖେଇବୁ।ତେବେ ଆଉ ଦିନ କେଇଟା ପରେ ଆରମ୍ଭ ହେବ ମହାକୁମ୍ଭ ଦେଖିବାକୁ ବାକି ରହିଲା ଜନତା ଜନାର୍ଦ୍ଦନ କି ପଦକ୍ଷେପ ନେଉଛନ୍ତି।

Follow by Email
WhatsApp