ସ୍ୱତନ୍ତ୍ର ବିମାନ ଯୋଗେ ସାଉଦି ଆରବ ରୁ ଓଡିଶା ଆସିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର(ଏନଟିପି):

ସାଉଦି ଆର ବ ରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଆସିଲେ ପ୍ରବାସୀ ଓଡିଆ। ପ୍ରାଚ୍ୟର ସମୃଦ୍ଧିଶାଳୀ ଦେଶ ସୁଦୂର ସାଉଦି ଆରବସ୍ଥିତ ଦମାମ ବିମାନ ବନ୍ଦରରୁ ଓଡିଶାର ରାଜଧାନୀ ଭୁବନେଶ୍ୱର କୁ ତୃତୀୟ ସିଧା ସଳଖ ଗୋ ଏଆର ବିମାନରେ ୧୬୮ ଜଣ ପ୍ରବାସୀ ଭାରତୀୟ ଓଡିଶା ଭୂମିର ଭାଇ ଓ ଭଉଣୀ ମାନଙ୍କୁ ନେଇ ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାଏକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ।


ଓଡ଼ିଶାର ଏହି ବିଦେଶ ଫେରନ୍ତା ପ୍ରତ୍ୟେକ ବ୍ୟକ୍ତି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ଅତ୍ୟନ୍ତ ଭାବୁକ ହୋଇଯାଇଥିଲେ | ନିଜ ମାତୃଭୁମିରେ ପହଂଚି ପାରିଥିବାରୁ ପ୍ରତ୍ୟେକ ଓଡ଼ିଆ ବିମାନ ଯାତ୍ରୀ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ଅନୁଭବ କରିଥିଲେ |
ଏହି ବିଶେଷ ବିମାନ ଆୟୋଜନ ପାଇଁ ସମସ୍ତ ବିମାନ ଯାତ୍ରୀ ଭାରତ ସରକାର ତଥା କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶେଷ ପ୍ରଶଂସା କରିଥିଲେ | ଓଡିଶା ପ୍ରଦେଶ ସରକାରଙ୍କ ବିଶେଷ ତତ୍ପରତା ପ୍ରତି ସମସ୍ତ ଯାତ୍ରୀ ଗଣ ସଦା ସ୍ମରଣୀୟ ତଥା ଅଶେଷ ପ୍ରଶଂସା କରିଥିଲେ | ଏହି ବିମାନ ଯାତ୍ରାର ସଫଳତାର ଶ୍ରେୟ ସାଉଦି ଆରବ ରେ ଅବସ୍ଥିତ ଭାରତର ରାଷ୍ଟ୍ରଦୂତ ଡ଼କ୍ଟର ଆଉସଫ ସଏଦ ଓ ରୁଷିଆରେ ଭାରତୀୟ ଦୂତାବାସରେ ଅବସ୍ଥିତ ଡେପୁଟି ଚିଫ ଅଫ ମିଶନ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କ ଅବଦାନ ଅତୁଳନୀୟ | ଯାତ୍ରୀ ମାନଙ୍କ ବିଶେଷ ସହାୟତା ପାଇଁ ଗୋ ଏଆର ବିମାନର ପ୍ରତ୍ୟେକ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପ୍ରଶଂସା ଯୋଗ୍ୟ ଥିଲା |

ସ୍ୱତନ୍ତ୍ର ବିମାନ ଯୋଗେ ସାଉଦି ଆରବ ରୁ ଓଡିଶା ଆସିଥିବା ପ୍ରବାସୀଙ୍କ ମଧ୍ୟରେ ଅଧିକାଂଶ ଓଡ଼ିଆ ବିମାନଯାତ୍ରୀ ଓଡ଼ିଶାର ଯାଜପୁର, ଖୋର୍ଦ୍ଧା , କେନ୍ଦ୍ରାପଡା , ବ୍ରହ୍ମପୁର , ଜଗତସିଂହପୁର , ଓ କଟକ ର ବାସିନ୍ଦା ଥିଲେ. | ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରତ୍ୟେକ ବିମାନ ଯାତ୍ରୀଙ୍କ କରୋନା ପାଇଁ ଡାକ୍ତରୀ ପରୀକ୍ଷାର ବିଦେଶ ସୁବିଧା ଓଡିଶା ସରକାର ଆୟୋଜନ କରାଇଥିଲେ | ସାଉଦି ଆରବର ପ୍ରସିଦ୍ଧ ସହର ଜୁବେଲରେ ଅବସ୍ଥିତ ଓଡ଼ିଆ ସଂଗଠନ ଉତ୍କଳିକା ର ସଦସ୍ୟ ମାନେ ଏହି ବିଶେଷ ବିମାନର ଯାତ୍ରାର ପ୍ରତ୍ୟେକ ବିମାନ ଯାତ୍ରୀମାନଙ୍କ ସଫଳ ଯାତ୍ରା ପ୍ରତି ସଦା ଧ୍ୟାନ ଦେଇଥିଲେ|

Follow by Email
WhatsApp