ଆସିବେ ମୋଦି କରିବେ ପ୍ରଚାର ,ଫୋକସରେ ପ୍ରଥମ ପର୍ଯ୍ୟାୟ Posted on 28/03/201928/03/2019 by NTP Bureau Report ଭୁବନେଶ୍ୱର (ଏନ୍ ଟି ପି) : ସାଧାରଣ ନିର୍ବାଚନ ପାଇଁ ସରଗରମ ହେଲାଣି ମାହୋଲ। ଓଡ଼ିଶାକୁ ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମାର୍ଚ୍ଚ ୨୯ ତାରିଖରେ କୋରାପୁଟର ଜୟପୁର ଏବଂ ଏପ୍ରିଲ ୨ ତାରିଖରେ ଭବାନୀପାଟଣା ଆସିବେ ପିଏମ୍ ମୋଦି। ସେହିଭଳି ଏପ୍ରିଲ ୧ରେ ଗଜପତି ପାରଳାଖେମୁଣ୍ଡି ଏବଂ ନବରଙ୍ଗପୁରର ଉମରକୋଟ ଗସ୍ତ କରିବେ ଅମିତ ଶାହ। ଅର୍ଥାତ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସବୁ ନିର୍ବାଚନୀ କ୍ଷେତ୍ର କୋରାପୁଟ, ବ୍ରହ୍ମପୁର, ନବରଙ୍ଗପୁର ଓ କଳାହାଣ୍ଡିକୁ କଭର କରିବେ ମୋଦି-ଶାହା ଯୋଡ଼ି। ଓଡ଼ିଶାରେ ୨୦୦୯ ଓ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। କିନ୍ତୁ ୨୦୧୪ରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେଉଛି। ଅଭିଯୋଗ ହେଉଛି ମୋଦି ଶାହା ଯେପରି ସବୁ ନିର୍ବାଚନ କ୍ଷେତ୍ରରେ ପ୍ରଚାର କରି ପାରିବେ, ସେଥିଲାଗି ନିର୍ବାଚନ ପର୍ଯ୍ୟାୟ ସଂଖ୍ୟା ବଢାଯାଇଛି। ଏହାର ଅର୍ଥ ଆଗକୁ ଆହୁରି ମୋଦି-ଶାହା ଗସ୍ତ ରହିଛି। ନିର୍ବାଚନ ତାରିଖ ଘୋଷଣା ପରେ ମୋଦିଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ପୂର୍ବରୁ ସେ ଖୋର୍ଦ୍ଧା, ତାଳଚେର, ଝାରସୁଗୁଡ଼ା, ମୟୂରଭଂଜ ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। କିନ୍ତୁ ସିଧାସିଧା ନବୀନଙ୍କ ବିଷୟରେ କିଛି କହି ନଥିଲେ। ଏବେ ପ୍ରଚାର ସମୟ। ମୋଦି କଣ କହିବେ, ତା ଉପରେ ସମସ୍ତଙ୍କ ନଜର ରହିଛି। କେବଳ ମୋଦି ନୁହନ୍ତି, କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଓଡ଼ିଶା ଆସିବେ ପ୍ରଚାର ପାଇଁ । ଆସନ୍ତା ୪ ତାରିଖରେ ରାହୁଲ ଦକ୍ଷିଣ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। Share on FacebookTweetFollow usSave Post Views: 322
Odisha Business NTPC Talcher Kaniha organises National level Women’s Volley Ball tournament NTP Bureau Report 29/02/2020 0 Angul(News Time Pro): NTPC Talcher Kaniha is organising National level Women’s Volley Ball Tournament in the Sports Ground of the Station. The two-day tournament from […]
Odisha ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍ ଦେଲା ଭାରତ NTP Bureau Report 15/02/2019 0 ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଇଛି। ଭାରତ ଏବେ ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍ ଦେଲା। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ […]
Odisha Sports ପ୍ୟାରିସ୍ ଅଲିମ୍ପିକ୍ସ ଓ ପାରାଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା NTP Bureau Report 22/09/2024 0 ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ଭୁବନେଶ୍ୱର,୨୨ । ୯: ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍ସ ଓ ପରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ଜଣ ଖେଳାଳିଙ୍କୁ ଆଜି କିଟ୍ ପରିସରରେ […]