ହ୍ଵାଟସଆପ୍‌ ରେ କରିପାରିବେ ଜିଓ ମାର୍ଟ ସପିଂ

ଭୁବନେଶ୍ୱର:

ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି। ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ଜିଓମାର୍ଟରେ ସପିଙ୍ଗ କରିପାରିବେ । ସାରା ଦେଶରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ଅନଲାଇନ୍‌ରେ ସପିଙ୍ଗ୍ କରିବେ। ଏଥିରେ ସମସ୍ତ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍/ଦେୟ ପ୍ରଦାନ ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ବେଶ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖିଥିଲୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଏହି ନିଷ୍ପତ୍ତିକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ତଥା ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ସହ ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ପାଇଁ ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଏହି ଯୋଜନାର ଶୁଭାରମ୍ଭ । ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟୀ ମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବା ଏବଂ ଲୋକମାନଙ୍କ ସପିଙ୍ଗ୍ ରେ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “Yes’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

Follow by Email
WhatsApp