ଛାତ୍ର ବିଜେଡି ସଭାପତି ହେଲେ ରାଜୀବ ଲୋଚନ ଦାସ

ଅନୁଗୋଳ(ଏନ ଟି ପି):

ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ ତାଙ୍କ ଉପରେ ଆସ୍ଥା ରଖୀ ଏହି ଦାୟିତ୍ଵ ଦେଇଥିବା ବେଳେ ଏଥିପାଇଁ ସେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ , ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ , ସାଂସଦ ମହେଶ ସାହୁ , ସମ୍ବଲପୁର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳର କାର୍ଯ୍ୟଶୈଳୀକୁ ଅନୁସରଣ କରି ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ରାଜୀବ କହିଛନ୍ତି । ସୂଚନା ଅନୁସାରେ ରାଜୀବ ୨୦୦୮ରୁ ୨୦୧୨ ଯାଏଁ ମୁନସିପାଲିଟିର ସଭାପତି , ୨୦୧୨ରୁ ଜିଲ୍ଲା ସଭାପତି , ୨ ଥର ସମିତି ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

What’s your Reaction?

Follow by Email
WhatsApp