ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଆଦିବାସୀ ମହିଳାଙ୍କର ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଲେ ମହିଳା Posted on 10/03/201910/03/2019 by NTP Bureau Report ନରସିଂହପୁର : ନରସିଂହପୁର ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ବିଭିନ୍ନ ଗ୍ରାମର ଆଦିବାସୀ ମହିଳା ମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ନେଇ ଜୈନିକ ପମ୍ପଟ ମାରିଛନ୍ତି,ଋଣ ନେଇଥିବା ମହିଳା ମାନେ ଶେଷରେ ଥାନାରେ ଅଭିଯୋଗ କରିଛନ୍ତି, ଅଭିଯୋଗ ରୁ ପ୍ରକାଶ ଯେ ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ପଞ୍ଚାୟତ ମାଳିସାହି ଗ୍ରାମର ପ୍ରସନ୍ନ ସେନାପତି ଙ୍କ ପତ୍ନୀ ସୌଦାମିନୀ ସେନାପତି (ମିଲି) ନରସିଂହପୁର ପଞ୍ଚମୁଖୀ ଛକ ରେ ଥିବା ତିନୋଟି ଅର୍ଥ ଲଗାଣକାରୀ ସଂସ୍ଥାରୁ ବଡଭୁଇଁ ଆଦିବାସୀ ଗ୍ରାମ ଭଗତପୁର ସଅର ସାହିର ଆଦିବାସୀ ମହିଳା ସୁରେଖା ଜେନା ଙ୍କ ନାମରେ 60 ହଜାର ଟଙ୍କା ସୁକାନ୍ତି ପ୍ରଧାନ ଙ୍କ ନାମରେ 30 ହଜାର ଟଙ୍କା, ସୁଷମା ପ୍ରଧାନ 60 ହଜାର ଟଙ୍କା ନିର୍ମଳା ଜାନୀ ଙ୍କ ନାମରେ 90 ହଜାର ଟଙ୍କା ମନ୍ଦାଙ୍କିନି ପ୍ରଧାନ 60 ହଜାର ଟଙ୍କା ବୀରସିଂପୁର ଗ୍ରାମର ସଂଯୁକ୍ତା ସିଂହ ଙ୍କ ନାମରେ 55 ହଜାର ଟଙ୍କା ନୂଆଭୂଇଁ ଗ୍ରାମର କାଞ୍ଚନ ନାୟକ 55 ହଜାର ଟଙ୍କା ଅଞ୍ଜଳି ପ୍ରଧାନ 25 ହଜାର ସୁମିତ୍ରା ପ୍ରଧାନ 25 ହଜାର ମମତା ପ୍ରଧାନ 87 ହଜାର ଟଙ୍କା, ବିସିକା ପ୍ରଧାନ 55 ହଜାର ଟଙ୍କା ସୁଷମା ପ୍ରଧାନ 55 ହଜାର ଟଙ୍କା ରମ୍ଭା ପ୍ରଧାନ 30 ହଜାର ଟଙ୍କା ଏହିପରି ମାଳିସାହି,ଜୟପୁର, ବୀରସିଂହପୁର, ଭଗତପୁର, କନାରସିଂ, ନୂଆଭୂଇଁ ଆଦି ବିଭିନ୍ନ ଗ୍ରାମରୁ ବିଭିନ୍ନ ମହିଳା ମାନଙ୍କ ନାମରେ ପ୍ରାୟ 50 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଋଣ ଆଣି କେଉଁଆଡ଼େ ଫେରାର ହୋଇଯାଇଥିବା ମହିଳା ମାନେ ଅଭିଯୋଗ କରିଛନ୍ତି, ଫେରାର ଥିବା ମହିଳା ଜଣଙ୍କ ଗତ ଫେବୃଆରୀ 28 ତାରିଖରେ ନରସିଂହପୁର ରେ ବୁଲୁଥିବା ଖବର ପାଇ ମହିଳାମାନେ ଆସି ସମ୍ପୃକ ମହିଳା ଙ୍କୁ କାବୁ କରିଥିଲେ, ମାତ୍ର ଏହି ସମୟରେ ନରସିଂହପୁର ଥାନାରେ ଗ୍ରାମରଖି ଭାବେ କାର୍ଯ୍ୟ କରୁଥିବା କଅଁଳ ପଡା ଗ୍ରାମର ନେପାଳ ନାୟକ ଥାନାକୁ କଣ ପାଇଁ ଯିବ ମୁଁ ଫଇସଲା କରିଦେବି କହି ଗାଁ କୁ ନେଇଥିଲେ, ମାତ୍ର ସେଦିନ କିଛି ନିଷ୍କର୍ଷ ବାହାରି ପାରିନଥିଲା ଆସନ୍ତା କାଲି ସକାଳ9ଟା ରେ ଆଲୋଚନା କରାଯିବ ବୋଲି ମାତ୍ର ତାପରଠାରୁ ମ8ମିଲି କେଉଁଆଡ଼େ ଫେରାର ହୋଇ ଯାଇଛି, ଫଳରେ ମହିଳା ମାନେ ଶେଷରେ ନିରାଶ ହୋଇ ଆସି ସମ୍ପୃକ୍ତ ଗ୍ରାମରଖୀ ଙ୍କ ନାମରେ ନରସିଂହପୁର ଥାନାରେ ଅଭିଯୋଗ କରିଛନ୍ତି, ଏନେଇ ନରସିଂହପୁର ଥାନାର ସେକେଣ୍ଡ ଅଫିସର ବ୍ରଜ ବିହାରୀ ସମାନ୍ତସିଂହାର ଙ୍କୁ ପଚାରି ବାରୁ ସମ୍ପୃକ୍ତ ମହିଳା ମାନେ ଥାନା ବାହାରେ ଆଲୋଚନା କରିଛନ୍ତି, ଏପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି, ସୂଚନା ରୁ ପ୍ରକାଶ ଯେ ଗତ କିଛି ମାସ ପୂର୍ବରୁ ସମାନ ଢଙ୍ଗରେ ପଞ୍ଚାଗୋଛିଆ ଗ୍ରାମର ଜୈନିକ ମହିଳା ଏହିପରି ଲୋକଙ୍କୁ ଏକ ହଜାର ଟଙ୍କା ଦେବାର ଲୋଭ ଦେଖାଇ ସେମାନଙ୍କ ନାମରେ ଋଣ ନେଇ ଟଙ୍କା ନ ଫେରାଇ ଫେରାର ହୋଇଯାଇଥିଲେ, । Share on FacebookTweetFollow usSave Post Views: 346
Odisha ବୋଇତ ବନ୍ଦାଣ ଉତ୍ସବ ସହ ସଂସ୍କୃତି ଓ ପରମ୍ପରା ଜଡିତ NTP Bureau Report 12/11/2019 0 ଭୁବନେଶ୍ୱର(ଏନଟିପି ):(ସ୍ମୃତିଲିପି ସାହୁଙ୍କ ରିପୋର୍ଟ) ବୋଇତ ବନ୍ଦାଣ ଉତ୍ସବ ଆସିଲେ ମନେ ପଡେ ନୌବାଣିଜ୍ୟ କଥା।ମନେ ପଡେ ଆମ ସଭ୍ୟତାକୁ ବଜାୟ ରଖିଥିବା ସେହି ସାଧବ ପୁଅଙ୍କ କଥା ଓ ଗାଥା। ମଣିଷ ଶରୀର […]
Odisha ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ Smrutilipi 22/01/2023 0 ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଖିଣ୍ଡା ଠାରେ ପଦଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ପରାକ୍ରମ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସେମିନାରରେ ଯୋଗଦେବେ• ପରମାଣପୁର ଠାରେ […]
Odisha ପିଠା କାର୍ଯ୍ୟକ୍ରମକୁ କାହିଁକି ବିରୋଧ କଲେ ମହିଳା ସଂଘ,ପଢନ୍ତୁ ପୁରା ରିପୋର୍ଟ NTP Bureau Report 16/01/2019 0 ଛେଣ୍ଡିପଦା(ଏନଟିପି)–(ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ)- ବାଗେଡ଼ିଆ ଆଠ ନମ୍ବର ୱାର୍ଡ ରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ,ପ୍ରତିବାଦରେ ପୀଠା କାର୍ଯ୍ୟକ୍ରମକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା । ଅନୁଗୋଳ […]