ଯୁବ ବିଜେଡିର ଜୁମ୍ବୋ ଟିମରେ ଅନୁଗୋଳର ଚନ୍ଦ୍ରକାନ୍ତ

ଭୁବନେଶ୍ୱର(ଏନଟିପି):

ପୁର୍ନଗଠିତ ହୋଇଛି ବିଜେଡିର ଛାମୁଆ ସଂଗଠନ । ଯୁବ ବିଜେଡି(Biju Yuva Janata Dal)ର କଳେବର କରାଯାଇ ଜୁମ୍ବୋ ଟିମ(Bjd Zumbo Team) ଗଠନ କରାଯାଇଛି । 2024 ସାଧାରଣ ନିର୍ବାଚନ(General Election 2024)କୁ ଦୃଷ୍ଟିରେ ରଖି ସଂଗଠନ ସଜାଡ଼ିବାକୁ ନିଷ୍ପତ୍ତି ନେଇଛି ଦଳ । ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଯୁବ ବିଜେଡିର ଜୁମ୍ବୋ ଟିମ ପୁନର୍ଗଠିତ କରାଯାଇଛି । 2020 ସେପ୍ଟେମ୍ବରରେ ଦଳକୁ ପୁନର୍ଗଠନ କରିଥିବା ସୁପ୍ରିମୋ ପୁଣିଥରେ ଯୁବ ବିଜେଡିର ନବକଳେବର କରି ଏହି ବିଶାଳ ଟିମ ଗଠନ କରିଛନ୍ତି

ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ବ ନେଇଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ । ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସୁ ପ୍ରକଟ କରି ଏହି ପଦରେ ଅବସ୍ଥାପିତ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।ଏ ଅବସରରେ ସେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ସଭାପତି ଡଃ ବ୍ୟାମକେଶ ରାୟ , ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ( ବାପୁ ଭାଇ ) , ସାଂସଦ ମହେଶ ସାହୁ , ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ , ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା , ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ , ପାଳଲହଡା ବିଧାୟକ ମୁକେଶ କୁମାର ପାଲ , ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ , ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି

Follow by Email
WhatsApp