ମାଆ ହେଲେ ମାରିଆ ସାରାପୋଭା; ଶିଶୁପୁତ୍ରକୁ ଦେଲେ ଜନ୍ମ

ଏନଟିପି(ବ୍ୟୁରୋ):

ମାଆ ହେଲେ ମାରିଆ । ପୂର୍ବତନ ଟେନିସ ଖେଳାଳି ମାରିଆ ସାରାପୋଭା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ନିଜ ଇନଷ୍ଟା ପେଜରେ ଏକ ଫଟୋ ସେୟାର କରିଛନ୍ତି ସାରାପୋଭା। ଯେଉଁଥିରେ ମାରିଆ ସାରାପୋଭା, ଭାବିପତି ଆଲେକ୍ସଜାଣ୍ଡର ଗିକ୍ସ ଏବଂ ଶିଶୁପତ୍ରର ଫଟୋ ରହିଛି। ମାରିଆଙ୍କ ପୋଷ୍ଟ ଦେଖି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।ସାରାପୋଭା ଜୁଲାଇ ୧ ତାରିଖରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମାରିଆ ଭାବିପତି ଗିକ୍ସଙ୍କ ସହିତ ୨୦୨୦ ଡିସେମ୍ବରରେ ନିର୍ବନ୍ଧ କରିଥିଲେ। ଗିକ୍ସଙ୍କ ଜଣେ ବ୍ରିଟିଶ ବିଜନେସ ମ୍ୟାନ। ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଖୁସି ଖବର ଦେଇଥିଲେ।୫ ଥର ଗ୍ରାଣ୍ଡ ସ୍ଲାମ ଜିତିଥିବା ମାରିଆ ସାରାପୋଭା ୨୦୨୦ରେ ଟେନିସ ଜଗତକୁ ଅଲବିଦା କହିଥିଲେ। ମାତ୍ର ୧୭ ବର୍ଷ ବୟସରେ ଓ୍ଵିମ୍ବେଲଡନ ୨୦୦୪ ଟାଇଟଲ ଜିତିଥିଲେ ସାରାପୋଭା। ୨୦୦୬ରେ ୟୁଏସ ଓପନ, ୨୦୦୮ରେ ଅଷ୍ଟ୍ରେଲିଆନ ଓପନ, ୨୦୧୨ ଏବଂ ୨୦୧୪ରେ ଫ୍ରେଞ୍ଚ ଓପନ ଜିତିଥିଲେ।

Follow by Email
WhatsApp