ବର୍ତ୍ତମାନ ୨୪ ଘଣ୍ଟା ଉଡ଼ିପାରିବ ତିରଙ୍ଗା, ଫ୍ଲାଗ୍ କୋଡ୍ ସଂଶୋଧନ ସୁଦୂରପ୍ରସାରୀ ନବୀନ ଜିନ୍ଦଲଙ୍କ ମତ

ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଏହା ଦେଶବାସୀଙ୍କୁ ସରକାରଙ୍କ ବଡ ଉପହାର: ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ

ଭୁବନେଶ୍ବର / ନୂଆଦିଲ୍ଲୀ, ଜୁଲାଇ ୨୫, ୨୦୨୨ – ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର ଜନସାଧାରଙ୍କୁ ପ୍ରଦାନ କରିଥିବା ଶ୍ରୀ ନବୀନ ଜିନ୍ଦଲ ଭରତ ସରକାରଙ୍କ ଦ୍ଵାରା ଫ୍ଲାଗ କୋଡ ଅଫ ଇଣ୍ଡିଆର ସଂଶୋଧନକୁ ସ୍ୱାଗତ କରିବା ସହିତ ବର୍ତ୍ତମାନ ଏହାକୁ ନିଜ ଘର କିମ୍ବା ପ୍ରତିଷ୍ଠାନରେ ୨୪ ଘଣ୍ଟା ଉଡାଇବା ପାଇଁ ସେ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।  ନୂତନ ସଂଶୋଧନ ଅନୁଯାୟୀ, ଜାତୀୟ ପତାକା ତିରଙ୍ଗାକୁ ଏବେ ଦିନରାତି ଉଡ଼ାଯାଇପାରିବ | ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଦେଶବାସୀଙ୍କୁ ଏହା ଏକ ବଡ ଉପହାର।

ଟ୍ୱିଟର ଜରିଆରେ ଶ୍ରୀ ଜିନ୍ଦଲ କହିଛନ୍ତି ଯେ ଜାତୀୟ ସ୍ୱାର୍ଥରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସୁଦୂରପ୍ରସାରୀ ନିଷ୍ପତ୍ତି। ବର୍ତ୍ତମାନ ଅଧିକ ଲୋକ ବର୍ଷକୁ ୩୬୫ ଦିନ ତିରଙ୍ଗା ଉଡାଇ ପାରିବେ ଏବଂ ତିରଙ୍ଗା ମାଧ୍ୟମରେ ସେମାନଙ୍କର ଦେଶପ୍ରେମ ପ୍ରଦର୍ଶନ କରିବାକୁ ପ୍ରେରଣା ପାଇବେ | ଦେଶର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ଅମୃତ ମହୋତ୍ସବରେ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ ।

ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ବର୍ଷକୁ ୩୬୫ ଦିନ ସମ୍ମାନର ସହ ତିରଙ୍ଗାକୁ ଉତ୍ତୋଳନ କରିବା ଅଧିକାର ୨୦୦୪ରେ ମାନ୍ୟବର ସୁପ୍ରିମକୋର୍ଟ ଦେଶର ସମସ୍ତ ନାଗରିକଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ନବୀନ ଜିନ୍ଦଲଙ୍କ ସ୍ୱପ୍ନ ଥିଲା ଯେ ପ୍ରତ୍ୟକ ଘରେ ତିରଙ୍ଗା ଉଡିବା ।  ସେହି ସ୍ୱପ୍ନଗୁଡ଼ିକୁ ସାକାର କରିବା ପାଇଁ ଫ୍ଲାଗ୍ ଫାଉଣ୍ଡେସନ୍ ସର୍ବଦା ଉତ୍ସର୍ଗୀକୃତ ଏବଂ ଏପର୍ଯ୍ୟନ୍ତ ଦେଶରେ ୯୦ରୁ ଅଧିକ ବିଶାଳ ପତାକା ଲଗାଇ ସାରିଛି ।  ଏହାକୁ ଦେଖି ଅନେକ ଦେଶପ୍ରେମୀ ମାନେ ମଧ୍ୟ ବିଶାଳ ପତାକା ଲଗାଇଛନ୍ତି, ଯାହାଦ୍ୱାରା ଭାରତରେ ବିଶାଳ ପତାକା ସଂଖ୍ୟା ୪୫୦ ରୁ ଅଧିକ ହୋଇଛି ।  ଏହା ବିଶ୍ବରେ ଅନ୍ୟ କୋଣସି ଦେଶରେ ଲାଗିଥିବା ମୋଟ ବିଶାଳ ପତାକା ସଂଖ୍ୟା ତୁଳନାରେ ଅଧିକ ।

ତିରଙ୍ଗା ଧର୍ମ, ଜାତି, ଅଞ୍ଚଳ, ଭାଷା ଏବଂ ଦଳ ରାଜନୀତିଠାରୁ ଊର୍ଦ୍ଧ୍ଵକୁ ଯାଇ ଦେଶବାସୀଙ୍କୁ ଭାରତୀୟ କହିବାର ଗର୍ବ ପ୍ରଦାନ କରେ । ଭରତ ସରକାରଙ୍କ ଦ୍ଵାରା ଫ୍ଲାଗ୍ କୋଡ୍ ର ଏହି ସଂଶୋଧନ ପରେ ଭାରତୀୟମାନେ ଦିନରାତି ତିରଙ୍ଗାକୁ ଉତ୍ତୋଳନ କରିବାକୁ ଅନୁମତି ପାଇଛନ୍ତି |

ଫ୍ଲାଗ୍ ଫାଉଣ୍ଡେସନ୍ ପ୍ରଥମରୁ ହିଁ ପତାକା ଉତ୍ତୋଳନ କରିବାର ସମୟ ଏବଂ ସାମଗ୍ରୀ ବିଷୟରେ ଆଶଙ୍କା ଦୂର କରିବାକୁ ଚେଷ୍ଟା କରିଛି | ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ଏହା ନିରନ୍ତର ଭାବରେ ଜଣାଯାଇଥିଲା |  ଅତୀତରେ ତିରଙ୍ଗାର କପଡା ଏବଂ ବର୍ତ୍ତମାନ ସମୟ ବିଷୟରେ ଭରତ ସରକାର ନେଇଥିବା ନିଷ୍ପତ୍ତି ପ୍ରଶଂସନୀୟ। ବର୍ତ୍ତମାନ ଦେଶର ଲୋକମାନେ ଅଧିକ ଉତ୍ସାହର ସହିତ ତିରଙ୍ଗାକୁ ଉଡାଇ ପାରିବେ ଏବଂ ଦେଶପ୍ରେମର ପ୍ରଦର୍ଶନ କରିପାରିବେ |

ଉଲ୍ଲେଖନୀୟ ବିଷୟ ହେଉଛି, ସ୍ଵାଧୀନତା ପରେ ତିରଙ୍ଗା ଦେଶର ଗର୍ବର ପ୍ରତୀକ ପାଲଟିଥିଲା, କିନ୍ତୁ ସାଧାରଣ ଭାରତୀୟମାନେ ଏହାକୁ କେବଳ ସ୍ୱାଧୀନତା ଦିବସ କିମ୍ବା ଗଣତନ୍ତ୍ର ଦିବସରେ ନିଜ ଘରେ କିମ୍ବା କାର୍ଯ୍ୟାଳୟରେ ଉଡାଇ ପାରୁଥିଲେ ।

ସାଧାରଣ ନାଗରିକମାନଙ୍କୁ ବର୍ଷକୁ ୩୬୫ ଦିନ ଜାତୀୟ ପତାକା ଉତ୍ତୋଳନ କରିବାର ଅଧିକାର  ଶ୍ରୀ ନବୀନ ଜିନ୍ଦଲଙ୍କ ପ୍ରଚେଷ୍ଠରେ ମିଳିଥିଲା । ସେ ପ୍ରାୟ ଏକ ଦଶନ୍ଧି ଧରି ଏକ ଆଇନଗତ ଯୁଦ୍ଧ ଲଢିଥିଲେ ଏବଂ ୨୩ ଜାନୁଆରୀ ୨୦୦୪ରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀ ବିଏନ ଖାରେ ଜଷ୍ଟିସ ବ୍ରିଜେଶ କୁମାର ଏବଂ ଜଷ୍ଟିସ ଏସ.ବି. ସିହ୍ନା  ଆଦେଶ ଦେଇଥିଲେ ଯେ ଭାରତ ସମ୍ବିଧାନର ଧାରା ୧୯ (୧) (କ) ଅନୁଯାୟୀ ସମ୍ପୂର୍ଣ୍ଣ ମାନ-ସମ୍ମାନର ସହ ଜାତୀୟ ପତାକା ଉଡ଼ାଇବାର ଅଧିକାର ସମସ୍ତ ଭାରତୀୟ ନାଗରିକଙ୍କ ରହିଛି ଏବଂ ଏହା ଜଣେ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର। ଏହି ଆଦେଶ ପ୍ରତ୍ୟକ ନଗରୀଙ୍କୁ ସେମାନଙ୍କ  ଦେଶ ପ୍ରତି ଥିବା ନିଷ୍ଠା ଏବଂ ଗର୍ବର ଭାବନାର ଅଭିବ୍ୟକ୍ତିକୁ ପରିଭାଷିତ କରିଥିଲା ।  ଏହା ସହିତ ପ୍ରତ୍ୟେକ ଭାରତୀୟ ନିଜ ଘର, ପ୍ରତିଷ୍ଠାନ ଏବଂ ସର୍ବସାଧାରଣ ସ୍ଥାନରେ ସମ୍ମାନ ସହିତ ତିରଙ୍ଗାର ପ୍ରଦର୍ଶନ ଏବଂ ଉତ୍ତୋଳନ କରିବାର ମୌଳିକ ଅଧିକାର ପାଇଲେ |

ଯେତେବେଳେ ଶ୍ରୀ ନବୀନ ଜିନ୍ଦଲ ଆମେରିକାରେ ପଢୁଥିଲେ, ସେତେବେଳେ ସେ ୩୬୫ ଦିନ ଭାରତୀୟ ପତାକା ଲଗାଉଥିଲେ । କିନ୍ତୁ ଭାରତ ଆସିବା ପରେ  ତାଙ୍କୁ ପ୍ରତିଦିନ ପତାକା ଉତ୍ତୋଳନ କରିବାକୁ ବାରଣ କରାଯାଇଥିଲା। ଏହି ଅଧିକାର ପାଇବା ପାଇଁ ସେ ୧୦ ବର୍ଷ ଧରି ଆଇନ ଯୁଦ୍ଧ ଲଢିଥିଲେ ଏବଂ ଶେଷରେ ୨୩ ଜାନୁୟାରୀ ୨୦୦୪ରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଜନସାଧାରଣ ଏହି ଅଧିକାର ପାଇଲେ।

ଆଜି ତିରଙ୍ଗା ଦେଶବାସୀଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି। ରାଜନୈତିକ, ସାଂସ୍କୃତିକ ତଥା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତିରଙ୍ଗା ଅଭିବ୍ୟକ୍ତିର ମାଧ୍ୟମ ପାଲଟିଛି |

Follow by Email
WhatsApp