କୁହୁଡି ପାଇଁ ଟ୍ରେନ ହେଲା ବାତିଲ,କେଉଁ କେଉଁ ଟ୍ରେନ ବାତିଲ ପଢନ୍ତୁ ପୁରା ରିପୋର୍ଟ

ପ୍ରବଳ କୁହୁଡି ପାଇଁ ୫୫ ଟ୍ରେନକୁ ବାତିଲ କଲା ରେଳବାଇ । ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ପ୍ରବଳ କୁହୁଡି ହୋଇଥିବାରୁ ରେଳ ଲାଇନ ସମ୍ପୂର୍ଣ୍ଣ କୁହୁଡିରେ ଆଚ୍ଛାଦିତ ହୋଇ ରହିଛି । ତେଣୁ ଲାଇନରେ ଟ୍ରେନ ଚଳାଚଳ ସମ୍ଭବ ହୋଇପାରୁନାହିଁ । ଟ୍ରାକ ଉପରେ ଅନେକ ଟ୍ରେନ ସିଗନାଲ ନପାଇ ଛିଡା ହୋଇ ରହିଥିବା ମଧ୍ୟ ସୂଚନା ମିଳିଛି । ତେବେ ସଠିକ୍ ସମୟତ ଦୂରର କଥା ବହୁ ବିଳମ୍ଭରେ ମଧ୍ୟ ଟ୍ରେନ ପହଞ୍ଚୁନଥିବା ଜଣାପଡିଛି । ତେଣୁ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ୫୫ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରିଥିବା ବେଳେ ୨୫ ଟ୍ରେନକୁ ସାମୟିକ ଭାବରେ ବାତିଲ କରାଯାଇଛି । ୧୧ ଟ୍ରେନ ବିଳମ୍ଭରେ ଚାଲୁଛି । ବର୍ତମାନ ଦିଲ୍ଲୀରେ ତାପମାତ୍ରା ୭.୧ ରହିଥିବା ସମୟରେ ମଧ୍ୟ ପ୍ରବଳ କୁହୁଡି ଲାଗିରହିଛି । ଘନକୁହୁଡି ପାଇଁ ରେଳ ଚଳାଚଳରେ ବ୍ୟାଘତ ହୋଇଛି । ତେଣୁ ରେଳ ଲାଇନରେ ଅନେକ ଟ୍ରେନ ଛିଡା ହୋଇ ରହିଛି ।

Follow by Email
WhatsApp