ଟାଙ୍ଗୀ: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନି ଏକ ନିତିଦିନିଆ ଘଟଣା ହୋଇଯାଇଛି। ତେବେ ଗତକାଲି ଚାନ୍ଦପୁର ଥାନା ଆଇଆଇସିଙ୍କ ଉଦ୍ୟମରେ ୬ ଜଣ ଜାତୀୟ ରାଜପଥ ଲୁଟେରା ଧରା ପଡ଼ିଛନ୍ତି। ସେମାନେ ହେଲେ ମୟୁରଭଞ ଜିଲ୍ଲା ଠାକୁରମୁଣ୍ତାର ସନ୍ଦିପ ମହାନ୍ତି, କଟକ ବାଦାମବାଡିର ରୋହିତ ମହାନ୍ତି, ଖୋର୍ଧା ଜିଲ୍ଲା ଚନ୍ଦକାର ବଳରାମ ବେହେରା ଓ ଲିପୁ ଓରଫ୍ ସ୍ବସ୍ତି ସୁମନ ବେହେରା, ନୟାଗଡ ଜିଲ୍ଲା ଚାନ୍ଦପୁରର ସୁନିଲ କୁମାର ବେହେରା ଓ ମାନସ ମଲ୍ଲିକ। ଏମାନଙ୍କୁ ପୁଲିସ ଗିରଫ କରିଥିବାବେଳେ ଏକ ଚୋରା ସ୍କର୍ପିଓ (ଓଡି.୦୨.ଏଟି–୨୨୨୦)କୁ ଜବତ କରିଛି। ସୂଚନାଯୋଗ୍ୟ ଗତ୧୬ତାରିଖରେ ଚାନ୍ଦପୁର ମହିଳା ମହାବିଦ୍ୟାଳୟ ନିକଟରୁ ୬୪ ହଜାର ଟଙ୍କା ଲୁଟ୍ ଘଟଣା ପରେ ଉପରୋକ୍ତ ଡକାୟତମାନେ ପୁଲିସ୍ ଆଖିରେ ଧୂଳିଦେଇ ଚାନ୍ଦପୁର ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ପାଇଁ ଚମ୍ପାଗଡ଼ ନିକଟରେ ସଜବାଜ ହେଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଚାନ୍ଦପୁର ଆଇଆଇସି ସଦଳବଳେ ଚମ୍ପାଗଡ ଓସ୍ତପଡା ଯିବା ରାସ୍ତାର କାଜୁ ଜଙ୍ଗଲ ମଧ୍ୟରୁ ଏହି ୬ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ସହିତ ସ୍କପିଓ ଗାଡ଼ିଟିକୁ ମଧ୍ୟ ଜବତ କରିଛି।
Related Posts
ଶିକ୍ଷକମାନେ ଭବିଷ୍ୟତ ସମାଜର ମାର୍ଗଦର୍ଶକ- ମୁଖ୍ୟମନ୍ତ୍ରୀ
- NTP Bureau Report
- 05/09/2024
- 0
ଭୁବନେଶ୍ୱର, ୫ ସେପ୍ଟେମ୍ବର ୨୦୨୪: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ […]
କେମିତି ବୋରୱେଲ ଭିତରୁ ଉଦ୍ଧାର ହେଲା ଶିଶୁ…
- NTP Bureau Report
- 27/01/2019
- 0
ଏନଟିପି(ସ୍ମୃତିଲିପି ଙ୍କ ରିପୋର୍ଟ) ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ୭୦ଫୁଟ ବୋରୱେଲ ଭିତରେ ଖେଳଖେଳୁ ୨ ବର୍ଷର ଶିଶୁ ଗଳି ପଡିଥିବା ଖବର ମିଳିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ […]
ଆଦିବାସୀ ସ୍କୁଲରେ ଛାତ୍ରୀ ଗର୍ଭଧାରଣ ଘଟଣା ;ଜବାବ ମାଗିଲେ ଧର୍ମେନ୍ଦ୍ର।
- NTP Bureau Report
- 14/01/2019
- 0
କନ୍ଧମାଳ (ଏନଟିପି) ଆଦିବାସୀ ମାନଙ୍କର ବିକାଶ କଥା ହେଉ କି ତାଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ କରାଯାଇ ଶିକ୍ଷିତ କରାଯିବାର ଲକ୍ଷ ନେଇ ଆଦିବାସୀ ଆବାସିକ ବିଦ୍ୟାଳୟ ସବୁ ନିର୍ମାଣ କରାଯାଇ ରାଜ୍ୟ ରାଜକୋଷରୁ […]