କରୋନା ମୁକାବିଲା ପାଇଁ ରାଜ୍ୟସରକାର ନେଉଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ :ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଏନ ଟି ପି :

ରାଜ୍ୟବାସୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ରାଜ୍ୟ ସରକାର କରୋନା ମୁକାବିଲାପାଇଁ ନେଉଥବା ପ୍ରତ୍ୟେକ ପଦେକ୍ଷପ ସ୍ବାଗତ ଯୋଗ୍ୟ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଛନ୍ତି ରାଜ୍ୟରେ କରୋନା ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି । କରୋନା ବିପକ୍ଷରେ ଲଢ଼େଇ ସହ ଓଡ଼ିଶା ଆଗକୁ ବଢୁଛି ।ଏହା ଧର୍ମେନ୍ଦ୍ର ରାଜ୍ୟବାସୀଙ୍କୁ ନିବେଦନ କରି କହିଛନ୍ତି, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍‌ ଓ ସଟଡାଉନ ନିୟମକୁ ମାନନ୍ତୁ । ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ପାଳନ କରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଅଧିକାରୀ ନାଲିଆଖି ଦେଖାନ୍ତୁ ନାହିଁ । ଲୋକଙ୍କୁ ଧୈର୍ଯ୍ୟ ରଖିବା ଶିଖାନ୍ତୁ, ସାହସ ଦିଅନ୍ତୁ ଓ ସଚେତନ କରାଇବା ଆବଶ୍ୟକ ।ଏହା ସହ ଧର୍ମେନ୍ଦ୍ର କହିଛନ୍ତି ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବା ପାଇଁ ପଡିବ ଓ କରୋନା ଟୀକା ତିଆରି ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ସରକାରଙ୍କ ନିୟମକୁ ପାଳନ କରିବା ଜରୁରୀ। ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳି ପାରିବ ବୋଲି ମୋର ଦୃଢ ବିଶ୍ୱାସ ।

Follow by Email
WhatsApp