ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ :

ଅନୁଗୋଳ (ଏନଟିପି):
ବିଜୁ ଜନତା ଦଳର ୨୬ବର୍ଷ ପୂର୍ତ୍ତି ଓ ୨୭ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଅନୁଗୋଳ ପୌରପାଳିକା ବିଜେଡ଼ି ପକ୍ଷରୁ ଅନୁଗୋଳ ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ବିଜୁ ମଇଦାନ ସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥି ସହିତ ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ସ୍ଥିତ ଚଣ୍ଡୀଖମଣ ଆମ୍ବତୋଟା ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅନୁଗୋଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନୁଗୋଳ ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ କୁନ ବିହାରୀ ଦାସ, ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ଅନୁଗୋଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଟାମଡା ଅଧ୍ୟକ୍ଷ ଶ୍ରୀ ମୀନକେତନ ଅମାନ୍ତ, ଅନୁଗୋଳ ବ୍ଲକ ବିଜେଡି ସଭାପତି ଶ୍ରୀ ସରୋଜ ସାହୁ, ନଗର ବିଜେଡି ସଭାପତି ଶ୍ରୀ ବୃନ୍ଦାବନ ସ୍ୱାଇଁ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦ, ସମସ୍ତ ଜୋନ ଓ ପୌରପାଳିକା ବିଜେଡି ପର୍ଯ୍ୟବେକ୍ଷକ, ସମସ୍ତ ବିଜେଡି କାଉନସିଲର ବୃନ୍ଦ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ଯୁବ-ଛାତ୍ର-ମହିଳା ଜନତା ଦଳର କମିଟି ସଦସ୍ୟ ବୃନ୍ଦ, ପଞ୍ଚାୟତ ଓ ୱାର୍ଡ ସ୍ତରୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଏଥି ସହିତ ଉକ୍ତ ସଭାରେ ୧୨୦୦ରୁ ଉର୍ଦ୍ଧ୍ବ କର୍ମୀ ନବୀନ ଓଡିଶା ଗଠନ ପାଇଁ ଶପଥ ପାଠ କରିବା ସହିତ ସଂକଳ୍ପ କରିଥିଲେ।

Follow by Email
WhatsApp