NewsTimePro ର ରେସିଡେଣ୍ଟ ଏଡିଟର ଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର(ଏନଟିପି):

ସବୁଠି ସବୁବେଳେ ସବୁ ସମୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଦିଗରେ News time pro ୱେବ ପୋର୍ଟାଲ ସଂକଳ୍ପ ବଦ୍ଧ।NewsTimePro କୁ ମିଳିଲା କରୋନା ଯୋଦ୍ଧା ସମ୍ମାନ।କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ ଜ୍ଞନକୌଶଳ ଫେଲ ମାରିଛି।
ନୂଆଦିଲ୍ଲୀର ନୋଏଡା ସ୍ଥିତ ଜଗନ୍ନାଥ ଏକତା ସଂଘ ପକ୍ଷ ରୁ News Time Pro ର Resident Editor ଭାବେ କାର୍ଯ୍ୟକରୁଥିବା ସ୍ମୃତିଲିପି ସାହୁଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନିତ କରିଛନ୍ତି।କରୋନା ମୁକାବିଲା କରିବା ପାଇଁ ସେ ଓ ତାଙ୍କ News Time Pro ଟିମ ନିଜ ଜୀବନକୁ ବାଜି ଲଗାଇ ପରିବାରର ମୋହମାୟା ଛାଡି ଜନସାଧାରଣଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି ସେମାନେ ହେଉଛନ୍ତି ପ୍ରକୃତ କରୋନା ଯୋଦ୍ଧା ।କରୋନା ଭଳି ସାମ୍ପ୍ରତିକ ପରିସ୍ଥିତି ରେ ନିଜ ଜୀବନକୁ ବାଜି ଲଗାଇ କରୋନା ସଚେତନତା ବାର୍ତ୍ତା ବାଣ୍ଟିବା ଓ ଜନସାଧାରଣଙ୍କ ପାଖରେ ଟିକିନିଖି ଖବର ପହଞ୍ଚାଇବାର ପ୍ରମୁଖ ଭୂମିକା ନିଭାଉଥିବାରୁ କରାଯାଇଛି ସମ୍ମାନିତ।ଏନେଇ ଟ୍ରଷ୍ଟ କୁ News Time Pro ପରିବାର ତରଫରୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।
Follow by Email
WhatsApp