ବିବାହ ପୂର୍ବରୁ ଅଧାରୁ ବରକୁ ଉଠାଇନେଲା ପୋଲିସ Posted on 12/03/202012/03/2020 by NTP Bureau Report ଆଠଗଡ଼(ଏନ ଟି ପି) ବାହା ହେବାକୁ ଯାଉଥିବା ବରକୁ ଅଧାରାସ୍ତାରୁ ଉଠାଇ ନେଲା ପୋଲିସ । ଆଠଗଡ଼ ଥାନା ସାପୁଆ ବ୍ରିଜ୍ ନିକଟରୁ ଏକ ବୋଲେରୋରେ ସାଧା ପୋଷାକରେ ଆସି ବରକୁ ଉଠାଇ ନେଇଛି ପୋଲିସ । ୨୦୧୮ ମସିହାରେ କଦଳୀବାଡି ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା ଏହି ବର। ୨୦୧୮ରେ ଏକ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ଅଭିଯୁକ୍ତ ପ୍ରକାଶ । ଦୁଇ ବର୍ଷ ହେବ ସେ ପୋଲିସକୁ ଚକ୍ମା ଦେଇ ବାହାରେ ବୁଲୁଥିଲା । ଆଜି ବିବାହ କରିବାକୁ ଯାଉଥିବା ଖବର ପାଇ ପୋଲିସ ସାଧା ପୋଷାକରେ ଆସି ତାକୁ ଗିରଫ କରିଥିଲା । ସେପଟେ ବୀର କିଶୋରପୁର ଶିବ ମନ୍ଦିରରେ ବାହାଘର ପାଇଁ ଝିଅ ଘର ପକ୍ଷରୁ ସରିଥିଲା ସମସ୍ତ ପ୍ରସ୍ତୁତି । ଖୁବ୍ ଜୋରସୋର୍ରେ ଚାଲିଥିଲା ଭୋଜି ରୋଷେଇ । ହେଲେ ଅଧାରାସ୍ତାରୁ ବରକୁ ପୋଲିସ ଉଠାଇନେଇଥିବା ଜାଣିବା ପରେ ଝିଅ ଘର ଲୋକ ଏବେ ଚିନ୍ତାରେ ପଡ଼ିଛନ୍ତି । Share on FacebookTweetFollow usSave Post Views: 314
Odisha ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ: ସଂଧ୍ୟା ୫ଟା ସୁଦ୍ଧା ହୋଇଛି ୬୧ ପ୍ରତିଶତ ମତଦାନ, ଦୁଇଟି ବୁଥରେ ହେବ ସାନି ମତଦାନ NTP Bureau Report 23/04/2019 0 ଭୁବନେଶ୍ୱର ୨୩/୪(NTP BUREAU) : ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି ଭୋଟର । ଭୁବନେଶ୍ବର, କଟକ, […]
Odisha ଚକୁଳିଆ ପଣ୍ଡା ଗୀତ ଗାଇ କଲେ ସଚେତନ NTP Bureau Report 27/04/2020 0 ଢେଙ୍କାନାଳ(ଏନଟିପି): ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଳଦିଆବନ୍ଧ ପଞ୍ଚାୟତରେ ସୃଷ୍ଟିତା ସମାଜ ସେବା ସଙ୍ଗଠନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମ ଓ ସାହିରେ […]
Odisha ଅଲଇଣ୍ଡିଆ ପବିତ୍ରନଗର କପ 2024 ଉଦଘାଟିତ NTP Bureau Report 03/01/2024 0 ଅନୁଗୋଳ(ଏନ ଟି ପି ): ସର୍ବଭାରତୀୟ ପବିତ୍ରନଗର କ୍ରିକେଟ କପ ଉଦଘାଟିତ ||ଅନୁଗୋଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି || ଏହି […]