ଟ୍ୟାଙ୍କରରେ କେମିତି ଲାଗିଲା ନିଆଁ Posted on 27/03/201927/03/2019 by NTP Bureau Report ବାଲେଶ୍ୱର : କେମିକାଲ୍ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର NH-60 ଏକତାଳି ଛକ ନିକଟରେ ଏକ କେମିକାଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ନିଆଁ ଲିଭିବା ପରେ ମଧ୍ୟ ଟ୍ୟାଙ୍କରରୁ ଧୂଆଁ ବାହରୁଛି। ସଂପୃକ୍ତ ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଛି। ଫଳରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। Share on FacebookTweetFollow usSave Post Views: 343
Odisha ସୁସ୍ଥ ହେଲା ପରେ ବି ପୁଣି ଫେରୁଛି କରୋନା NTP Bureau Report 18/04/2020 0 ଏନଟିପି (ବ୍ୟୁରୋ): ଜଣେ କରୋନା ରୋଗୀଙ୍କଠାରୁ ସୁସ୍ଥ ହେବା ପରେ,ସେହି କରୋନା ସହିତ ପୁନର୍ବାର ସଂକ୍ରମିତ ହେବାର ମାମଲା ପ୍ରଥମେ ସେହି ଚାଇନାରେ ଦେଖାଦେଇଥିଲା ଯେଉଁଠାରୁ ଏହି ରୋଗ ଆରମ୍ଭ ହୋଇଥିଲା । ଚୀନ୍ […]
Odisha ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର NTP Bureau Report 21/01/2019 0 କିଶୋରନଗର (ଏନଟିପି) ଅନୁଗୋଳ ଜିଲ୍ଲା କିଶୋରନଗର ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଅନିଲ ସାମଲ ଉପସ୍ଥିତ ରହି ଶୁଣାଣି କରିବା ସହ ବିଭିନ୍ନ […]
Odisha ସହିଦ ପୋଲିସଙ୍କ ପାଇଁ ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ. NTP Bureau Report 30/12/2018 0 ଏନଟିପି :ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । […]