ଓଡ଼ିଶାରେ ପହଞ୍ଚିଲା ସହିଦ ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର, ବିମାନ ବନ୍ଦରରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ଏନ ଟି ପି):

ଶହୀଦ ପିଲାଙ୍କ ପାଠପଢା ଦାୟିତ୍ବ ବହନ କରିବ କିଟ ଓ କିସ

ଲଦାଖର ଗାଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ପ୍ରାଣ ହରାଇଥିବା ଦେଶର 20 ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଅଛନ୍ତି । ସେମାନେ ହେଲେ କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ । ତେବେ ଏହି ଦୁଇ ଶହୀଦଙ୍କ ପରିବାରର ପିଲାମାନଙ୍କ ପାଠ ପଢା ଦାୟିତ୍ବ ବହନ କରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଡ. ଅତ୍ୟୁତ ସାମନ୍ତ । ସେମାନଙ୍କ ମରଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସଲାମୀ ଦିଆଯାଇଥିଲା । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥି ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ‘‘ଯବାନଙ୍କ ପରିବାର ସମସ୍ତ ପିଲାମାନଙ୍କ ଶିକ୍ଷା ଦାୟିତ୍ବ ମୁଁ ବହନ କରିବି । ସମସ୍ତ ପିଲାଙ୍କୁ କିଟ୍‌ ଓ କିସରେ ମାଗଣ ଶିକ୍ଷାଦାନ ପାଇଁ ମୁଁ ତାଙ୍କ ପରିବାରକୁ ପ୍ରସ୍ତାବ ଦେଇଛି ।’’
୪୩ ବର୍ଷୀୟ ନନ୍ଦୁରାମ ବିହାର ରେଜିମେଣ୍ଚରେ ଯୋଗ ଦେଇଥିଲେ । କିଛିମାସ ତଳେ ଲଦାଖରେ ମୁତୟନ ହୋଇଥିଲେ ନାଏବ ସୁବେଦାର ନନ୍ଦୁରାମ ସୋରେନ । ରାଇରଙ୍ଗପୁରର ୧୨ ନମ୍ବର ୱାର୍ଡରେ ରହୁଥିବା ଯବାନ ନନ୍ଦୁରାମଙ୍କ ପତ୍ନୀ, ତିନି ଝିଅ ଓ ପରିବାର ଲୋକଙ୍କ ଆଖିରୁ ଆଉ ଲୁହ ଶୁଖୁନି । ଅନ୍ୟଜଣେ ବୀର ଯବାନ କନ୍ଧମାଳ ଜିଲ୍ଲା ରାଇକିଆ ବେଓରପଙ୍ଗାର ଚନ୍ଦ୍ରକାନ୍ତ ପ୍ରଧାନ । ସେ ୨୦୧୪ ମସିହାରେ ୧୬ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ। ୨୦୨୦ ଫେବ୍ରୁଆରୀରେ ଲଦାଖରେ ତାଙ୍କର ପୋଷ୍ଟିଂ ହୋଇଥିଲା ।
Follow by Email
WhatsApp