ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ବେଳେ ଅବ୍ୟବସ୍ଥା ;ଦାୟିତ୍ୱରେ ଥିବା ଅଧିକାରୀ ଙ୍କ ଉପରେ ବର୍ଷିଲେ ଜିଲ୍ଳାପାଳ

ଅନୁଗୋଳ(ଏନଟିପି):

ବନ୍ଦେ ଉତ୍କଳ ଜନନୀ ଗାନ ନିର୍ଭୁଲ ଭାବେ ଗାନ କରିବା କଥା। କରୋନା ଯୋଧା ଙ୍କ ମନୋବଳ କୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ।ଉତ୍କଳ ସଙ୍ଗୀତ ଗାନ ପାଇଁ ପ୍ରସ୍ତୁତି ରେ ଲାଗି ପଡିଥିଲେ ଅନୁଗୋଳ ଜିଲ୍ଳାପାଳ।ଜିଲ୍ଲାରେ କିଭଳି ଭଲ ଭାବେ ଓ ନିର୍ଭୁଲ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବ ସେନେଇ ଅନୁଗୋଳ ଜିଲ୍ଳାପାଳ ମନୋଜ ମହାନ୍ତି ଭିଡ଼ିଓ ବାର୍ତା ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଥିଲେ।୩୦ ତାରିଖ ଅପରାହ୍ନ ୫.୩୦ ରେ କେମିତି ଭଲ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବ ସେନେଇ ପ୍ରୟାସ ରେ ଲାଗି ପଡ଼ିଥିଲେ ଜିଲ୍ଲା ସ୍ତରର କର୍ମଚାରୀ। କିନ୍ତୁ ସମୟ ଆସି ପହଂଚିବା ବେଳ କୁ ସବୁ ହୋଇଯାଇଥିଲା ଓଲଟ ପାଲଟ।ସମୟ ୫.୩୦ ମିନିଟ ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉତ୍କଳ ଜନନୀ ସଙ୍ଗୀତ ପାଇଁ ଉପସ୍ଥିତ ରହିଥିଲେ।କିନ୍ତୁ ଜାତୀୟ ସଙ୍ଗୀତ ଆରମ୍ଭ ବେଳକୁ ଅଧାରୁ ବାଜିଲା ବନ୍ଦେ ଉତ୍କଳ ଜନନୀ।ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସମୟରେ ଦେଶ ମାତୃକାର ଭାବ ଜାଗ୍ରତ ହୁଏ ଆଉ ଆମେ ଉତ୍କଳ ମାଟିର ସନ୍ତାନ ବୋଲି ଗର୍ବ ମନେହୁଏ।କିନ୍ତୁ ଯଦି ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାରେ ଅବ୍ୟବସ୍ଥା ହୁଏ ତେବେ…..
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସମୟରେ ଅବ୍ୟବସ୍ଥା।ସବୁ ପ୍ରୟାସ ପାଣିରେ ଗଲା।ବନ୍ଦେ ଉତ୍କଳ ଜନନୀ ଅଧାରୁ ବାଜିବା ସତେ ଯେମିତି ଉତ୍କଳୀୟ ପରମ୍ପରା ପ୍ରତି ଅସମ୍ମାନ।ବନ୍ଦେ ଉତ୍କଳ ଜନନୀ ଅଧାରୁ ବାଜିବା ପରେ ପୁଣି ଥରେ ଆରମ୍ଭ ହେବାବେଳକୁ ପୁଣି ଅଧାରୁ ଏମିତି ୨ ଥର ବନ୍ଦେ ଉତ୍କଳ ଜନନୀ ଅଧାରୁ ବାଜିବା ପରେ ବନ୍ଦେ ଉତ୍କଳ ଜନନି ବାଜିଥିଲା।କରୋନା ଜୋ ଧା ଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଅତି ନିର୍ଭୁଲ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ଖୋଦ ଜିଲ୍ଲାର ମୁଖ୍ୟାଳୟରେ ଏମିତି ଖାମଖିଆଲ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସତେ ଯେମିତି ଏହା ପ୍ରତି ଅସମ୍ମାନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ବନ୍ଦେ ଉତ୍କଳ ସଙ୍ଗୀତ ଗାନ ବଜାଇବା ଦାୟିତ୍ୱରେ ଥିବା ଅଧିକାରୀ ଙ୍କ ଉପରେ ବର୍ଷିଥିଲେ ଜିଲ୍ଳାପାଳ ।ସେପଟେ ନିଜ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ସମ୍ପୃକ୍ତ ଅଧିକାରୀ ଉପଜିଲ୍ଲାପାଳଙ୍କ ଉପରେ ଦୋଷ ଲଦି ଦେଇଥିଲେ ।ସେପଟେ ଏଭଳି ଦାୟିତ୍ବହୀନତା କାର୍ଯ୍ୟ ପାଇଁ ଦାୟୀ କିଏ ? କିଏ ଦାୟୀ ତାଙ୍କ ଉପରେ ଜିଲ୍ଲାର ମୁଖୀଆ କଣ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ ତାକୁ ହିଁ ଅପେକ୍ଷା।ସେପଟେ DIPRO ଙ୍କୁ ପଚାରିବାରୁ ସେ କହିଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରଥମେ ଟ୍ରାଏଲ ଚାଲିଥିଲା ପରେ ବାଜିଥିଲା କହି କଥାକୁ ଏଡାଇ ଯାଇଥିଲେ।

Follow by Email
WhatsApp