ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ମୃତ

ଅନୁଗୋଳ

ଅନୁଗୁଳ ଥାନା ଛେଳିଆପଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଅନୁଗୁଳ ଜିଲ୍ଲା ନାଲକୋ ରେ ଚାକିରୀ କରୁଥିବା ସମ୍ବଲପୁର ବୁର୍ଲା ଅଞ୍ଚଳର ଶିବା ପଣ୍ଡା ଆଜି ମଧ୍ୟାହ୍ନରେ ତାଙ୍କ ସ୍ତ୍ରୀ ପ୍ରମିଳାଙ୍କ ସହ କାର ଯୋଗେ ଭୁବନେଶ୍ୱରରୁ ନାଲକୋକୁ ଫେରୁଥିବା ସମୟରେ ଛେଳିଆପଡା ଛକ ନିକଟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ଏବଂଉଭୟ ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

Follow by Email
WhatsApp