କେମିତି ବୋରୱେଲ ଭିତରୁ ଉଦ୍ଧାର ହେଲା ଶିଶୁ…

ଏନଟିପି(ସ୍ମୃତିଲିପି ଙ୍କ ରିପୋର୍ଟ)

ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ୭୦ଫୁଟ ବୋରୱେଲ ଭିତରେ ଖେଳଖେଳୁ ୨ ବର୍ଷର ଶିଶୁ ଗଳି ପଡିଥିବା ଖବର ମିଳିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି, ଯୁଦ୍ଧକାଳୀନ ଭିତ୍ତି ଉଦ୍ଧାରକାର୍ଯ୍ୟ ଆରମ୍ଭ କରି, ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ।ସୂଚନାଯୋଗ୍ୟ, ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ସିଙ୍ଗରୋଲି ଜିଲ୍ଲାର କେରହର ଗାଁରେ ଘଟିଛି । ଶିଶୁଟି ରବିବାର ସକାଳେ ଖେଳୁଥିବା ସମୟରେ ହଠାତ୍‌ ୭୦ଫୁଟର ବୋରେଓ୍ଵଲ ଭିତରେ ଗଳି ପଡ଼ିଥିଲା। ବୋରେଓ୍ଵଲଟି ୭୦ଫୁଟ ଗଭୀର ଥିବାରୁ ପରିବାରଲୋକେ ଶିଶୁକୁ ତା’ଭିତରୁ ବାହାର କରିବାରେ ଅସଫଳ ରହିଥିଲେ। ଫଳରେ ପାଖଆଖର ଲୋକେମାନେ ତୁରନ୍ତ ଏନେଇ ଉଦ୍ଧାରକାରୀ ଦଳଙ୍କୁ ଖବର ଦେଇଥିଲେ। ବହୁ ଚେଷ୍ଟା ପରେ ଉଦ୍ଧାରକାରୀ ଦଳଶିଶୁକୁ ସୁରକ୍ଷିତ ଭାବେ ସେହି ୭୦ଫୁଟ ବୋରେଓ୍ଵଲ ଭିତରୁ ଉଦ୍ଧାର କରିଥିଲେ। ଶିଶୁଟି ଏବେ ସୁସ୍ଥ ଅଛି।ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବରୁ ବିହାରରେ ଏମିତି ଏକ ସୁଡଙ୍ଗ ଭିତରେ ତିନିବର୍ଷର ଶିଶୁ ଗଳି ପଡ଼ିଥିବା ଖବର ମିଳିଥିଲା। ଉଦ୍ଧାରକାରୀ ଦଳ ୩୦ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ୧୬୫ଫୁଟ ବୋରେଓ୍ଵଲ ଭିତରୁ ଶିଶୁକୁ ସୁରକ୍ଷିତ ଭାବେ ବାହାର କରି ଆଣିଥିଲେ। ଉକ୍ତ ଶିଶୁ ବି ଖେଳୁଥିବା ସମୟରେ ଏହି ବୋରେଓ୍ଵଲ ଭିତରେ ଖସି ପଡ଼ିଥିଲା।

Follow by Email
WhatsApp